#Breaking News

ମୋବଇଲ ଟାୱାର ନାହିଁ ତ ଭୋଟ ନାହିଁ


ଫୁଲବାଣୀ (ସୁନୀଲ ପଟନାୟକ )
ମୋବାଇଲ ଟାୱାର ନାହିଁ ତ ଭୋଟ ନାହିଁ, ଭୋଟ କଥା ପୁରାପୁରି
ଭୁଲିଯାଅ ବୋଲି ଏବେଠାରୁ ଧମକ ଦେଲେଣି କନ୍ଧମାଳ ଜ଼ିଲ୍ଲା ରାଇକିଆ ବ୍ଲକ କରଡ଼ା ପଂଚାୟତ ବାସି l
ଆଗାମୀ ତ୍ରି ସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଏହି ପଂଚାୟତ ବାସି ଏବେଠାରୁ ନିଷ୍ପତି ନେଲେଣି l
ଗ୍ରାମବାସୀ କୁଆଡେ ହାତରେ ପ୍ଲାକାର୍ଡ଼ ଧରି ନାରା ଦେଇ ଗ୍ରାମପରିକ୍ରମା ମଧ୍ୟ କରିଥିଲେ l
ରାଇକିଆ ବ୍ଲକ ସଦର ମହକୁମା ଠାରୁ ସତର କିଲୋମିଟର ଦୂରରେ ରହିଛି କରଡ଼ା ପଂଚାୟତ l ପଂଚାୟତ ରେ ୩ ହଜ଼ାର ୫ ଶହ ଲୋକ ବସ ବାସ କରୁଛନ୍ତି l ତେବେ ଏହି ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କରଡ଼ା ପଂଚାୟତ ରେ ମୋବାଇଲ ଟାୱାର ନାହିଁ l ଫଳରେ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l
ଏବେ ସରକାର ଦୁଇ ବର୍ଷ ହେଲାଣି ଅ ନ ଲାଇନ କ୍ଲାସ କରୁଥିବା ବେଳେ ମୋବାଇଲ ଟାୱାର ନଥିବା ରୁ ପିଲାମାନେ ପାଠ ପଢିବା ରୁ ବଂଚି ତ
ହେଉଛନ୍ତି l ଟାୱାର ଗୋଟିଏ ପ୍ରତିଷ୍ଠା କରିବା ପାଇଁ ଗ୍ରାମବାସୀ ଦୀର୍ଘ ଦିନ ହେଲା ଦାବୀ କରି ଆସୁଥିଲେ ମଧ୍ୟ
ଫଳ ଶୂନ l କେବଳ ଏହି ଗୋଟିଏ ସମସ୍ୟା ନୁହେଁ ପଂଚାୟତ ରେ ରାସ୍ତା ଘାଟ ଠୁ ଆରମ୍ଭ କରି ପାନୀୟ ଜଳ ଆଦି ଅନେକ ସମସ୍ୟା ରହିଛି l
ସମସ୍ୟା ସମାଧାନ ପାଇଁ ନେତା ଓ ପ୍ରଶାସନି କ ଅଧିକାରୀ ଜଣାଇଲେ ବି ଶୁଣୁନଥିବା ଅଭିଯୋଗ କରିଛନ୍ତି ଲୋକେ l
ଭୋଟ ଆସିଲେ ଧୋବଧାଉ ଳି ଆ ନେତା ମାନେ ଭୋଟ ପ୍ରଚାର ରେ ଆସି ମିଥ୍ୟା ପ୍ରତିଶୃତି ଦେଇଥାନ୍ତି l ଆଉ ଭୋଟ ସରିଲେ ସବୁ ଭୁଲି ଯାଉଛନ୍ତିl
ହେଲେ ଏଣିକି ଆଉ ନାହିଁ ଭୋଟ ବର୍ଜନ ପାଇଁଏବେଠାରୁ ନିଷ୍ପତି ନେଲେଣି ଗ୍ରାମବାସୀ ଯାହାକି ପ୍ରଶାସନକୁ ଅଡୁଆରେ ପକା ଇବ l
ଏଣୁ ବେଳ ଥାଉ ଥାଉ ପ୍ରଶାସନ ଏଥି ପ୍ରତି ଦ୍ରୁଷ୍ଟି ଦେବା ଜରୁରୀ l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *