ଷଡଙ୍ଗୀ ସ୍କୁଲରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ
ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପରିଚାଳନା ପରିଷଦ ବୈଠକ ଓ ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ସେପ୍ଟେମ୍ବର ମାସ ନଅ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି। ପରିଚାଳନା ପରିଷଦ ବୈଠକ ରେ ସଭାପତି ସୁଷମା ସାମଲ ସଭାପତିତ୍ବ କରିଥିଲାବେଳେ ପୋଷାକ ବିତରଣ ଉତ୍ସବ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ସମସ୍ତ ସଦସ୍ୟ ସଦସ୍ୟମାନେ ଯୋଗଦାନ କରିଥିଲେ।
ବିଦ୍ୟାଳୟ ର ସମିଶ୍ରଣ ପାଣ୍ଠି, ପରିଚାଳନା ପରିଷଦ ତାଲିମ,ୟୁଥ୍ ଏବଂ ୟୁକୋ କ୍ଲବ, ଖର୍ଚ୍ଚ ସଠିକ୍ ହୋଇଥିବା ର ସଭା ହ୍ରୁଦୟ ଙ୍ଗମ କଲା।
ଅନ୍ୟାନ୍ୟ ପାଣ୍ଠି ଉଠାଇ ଖର୍ଚ୍ଚ କରିବାକୁ ପ୍ରଧାନ ଶିକ୍ଷକ ଓ ସଭାପତି ଙ୍କୁ କ୍ଷମତା ପ୍ରଦାନ କରାଗଲା।୨୬୩ଜଣ ଛାତ୍ର ଛାତ୍ରୀ ମାନଙ୍କୁ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଦୁଇ ହଳ ଲେଖାଏଁ ପୋଷାକ ସହ ଜୋତା ଓ ମୋଜା ପ୍ରଦାନ କରାଗଲା। କାର୍ଯ୍ୟ କ୍ରମ ରେ ଶିକ୍ଷକ ବିମଳ କିଶୋର ବିହାରୀ, ଅଜିତ କୁମାର ରାଉତ ଶିକ୍ଷୟିତ୍ରୀ ଚଞ୍ଚଳା କୁମାରୀ ସାହୁ ହିରଣ୍ମୟୀ ପଣ୍ଡା ସର୍ମିଷ୍ଠା ବେହେରା ଓ ମଧୁମିତା ପ୍ରଧାନ ସହଯୋଗ କରିଥିଲେ।