#Breaking News #Uncategorized

ନରସିଂହପୁରରେ କିନ୍ନର ସଙ୍ଘ ପକ୍ଷରୁ ସହାୟତା ବଣ୍ଟନ

ଚମ୍ପେଶ୍ୱର(ବିପିନ ବିହାରୀ ପଣ୍ଡା) ବଡମ୍ବା ନରସିଂପୁର କିନର ସଂଘ ପକ୍ଷରୁ ନରସିଂହପୁର ସ୍ଥାନୀୟ ପାଇକପାଟଣା ପଞ୍ଚାୟତ ରେ ଟାଟା ଷ୍ଟିଲ ର ସହଯୋଗ ରେ ୩୦ ପରିବାର ଙ୍କୁ ଆଜି ଖାଦ୍ୟ ପ୍ୟାକେଜ ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ରାଜ୍ୟ କିନ୍ନର ସଂଘର ସଭାପତି ମୀରା ପରିଡା ଯୋଗଦେଇଥିଲେ। ପୂର୍ବରୁ ମଧ୍ୟ ଆର୍ଥିକ ଅନଗ୍ରସର କିଛି ପରିବାର ଙ୍କୁ ନରସିଂହପୁର କିନ୍ନର ସଙ୍ଘ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଆଗାମୀ ଦିନ ରେ ମଧ୍ୟ ଯେ ପର୍ଯ୍ୟନ୍ତ ରାଜ୍ୟ ରେ ଆର୍ଥିକ ମେରୁଦଣ୍ଡ ଖରାପ ରହିଛି ବା ସ୍ଥିତିରେ ସୁଧାର ନ ଆସିଛି ସେ ପର୍ଯ୍ୟନ୍ତ ଏ ପ୍ରୟାସ ଜାରି ରହିବ ବୋଲି ସୂଚନା ମିଳିଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *