#Breaking News

ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ଦାବୀ ପତ୍ର ପ୍ରଦାନ


ଫୁଲବାଣୀ- (ସୁନୀଲ ପଟନାୟକ)
ଅହେତୁକ ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର, ଓ ଅଘୋଷିତ ବିଜୁଳି କାଟ ବିରୁଦ୍ଧରେ ଶନିବାର ଫିରିଙ୍ଗିଆ ବିଜେପି ଶାଖାପକ୍ଷରୁ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା
ଫିରିଙ୍ଗିଆ ମଣ୍ଡଳ ସଭାପତି ଗଣେଶ ସାହୁ ଓ ନୂଆଁପଦର ମଣ୍ଡଳ ସଭାପତି ଗୋପିନାଥ କହଁରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିରେ ଜିଲ୍ଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳଵେହେରା, ଜିଲ୍ଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି (ବନ ଭାଇ), ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ କହଁର ଓ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିଶ୍ବରଂଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏଥି ସହିତ ବନମାଳୀ କହଁର ଓ ଅନେକ ସ୍ଥାନୀୟ ବିଜେପିନେତା ଓ କର୍ମୀ ଯୋଗ ଦେଇଥିଲେ । କୋଭିଡ଼ନିୟମ ପାଳନ କରି ପ୍ରତିବାଦ କରାଯାଇଥିଲା ।

Leave a comment

Your email address will not be published. Required fields are marked *