#Uncategorized

ବରଗଡ ରେ ହୋଲଡିଂ ଟ୍ୟାକ୍ସ ଆପତ୍ତି ସମୟ ସୀମା ବୃଦ୍ଧି କରାଯାଉ: ଆପ୍


ବରଗଡ: ବରଗଡ ପୋୖର ପରିଷଦରେ ସେବା କର ହୋଲଡିଂ ଟେକ୍ସ ଅହେତୁକ ଭାବେ ବୃଦ୍ଧି କୁ ଆମ୍ ଆଦମୀ ପାର୍ଟି ଵିରୋଧ କରିଆସୁଛି । ଆସନ୍ତା ୨୫ ତାରିଖ ଆପତ୍ତି ଅଭିଯୋଗ ର ଶେଷ ଦିନ ହୋଇଥିବାରୁ ବହୁ ଲୋକ ଏ ବିଷୟରେ ଅବଗତ ନୁହନ୍ତି ତେଣୁ ଆଗାମୀ ୩୦ ଦିନ ପାଇଁ ସମୟ ବୃଦ୍ଧି କରିବାକୁ ଆପ୍ ଦାବି କରିଛି । ପ୍ରତ୍ୟକ ୱାର୍ଡ ରେ ସହାୟତା କେନ୍ଦ୍ର ଓ ସଚେତନତା କରାଯାଇ ଆପତ୍ତି ଗ୍ରହଣ କରିବାକୁ ଜିଲ୍ଲା ଆବାହକ ଭାବନୀ ସାହୁ ଦାବି କରିଛନ୍ତି । ସେହିପରି ବୁଲା କୁକୁରଙ୍କ ସଂଖ୍ୟା ସହରରେ ୫ ହଜାରରୁ ଅଧିକ ହୋଇଥିବାରୁ କୁକୁର କାମୁଡ଼ା ଓ ଦୁର୍ଘଟଣାରେ ପ୍ରତ୍ୟେକ ମାସ ୯୦ ଘଟଣା ସାମ୍ନାକୁ ଆସୁଛି, ପୋୖର ପରିଷଦ ବନ୍ଧ୍ୟାକରଣ କରିବାରେ ବିଫଳ ହୋଇଛି ଅନ୍ୟ ପଟେ କୁକୁର କାମୁଡ଼ା ଟୀକା ପାଇଁ ୮ କିଲୋମିଟର ଟୁକୁରର୍ଲା ଯିବାକୁ ପଡୁଛି । ତେଣୁ ସହରର ପୁରୁଣା ହସ୍ପିଟାଲ ରେ ଟୀକା ଦେବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର । ନୂତନ କାଉନସିଲ ଗଠନ ନ ହେବା ଯାଏ ଏହି ଟେକ୍ସ କୁ ନାଳଦିବାକୁ ଆମ୍ ଆଦମୀ ପାର୍ଟି ଦାବି କରିଆସୁଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *