#Breaking News

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ଅର୍ଥ ହେରଫେର ଅଭିଯୋଗ, ତଦନ୍ତ ଦାବୀ


ଫୁଲବାଣୀ(ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲାର ମାଓ ଅଧୁଷିତ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କେତେକ ଦୁର୍ଗମ ପଞ୍ଚାୟତ ଗୁଡିକରେ ବ୍ୟାପକ ଅର୍ଥ ହେରଫେର ହେ।ଇଥିବା ଦୃଢ ଅଭିଯୋଗ ହେଉଛି । ତେବେ ଅର୍ଭଯୋଗ ସତ୍ତ୍ଵେ କାର୍ଯ୍ୟା ନୁଷ୍ଠାନ କୁ ଆଡେହେଉନି। ୮ ବର୍ଷରେ ୮ଜଣ ବିଡିଓ ବଦଳୀ ହେଲେଣି ଏହି ବ୍ଳକରୁ।
ବର୍ତ୍ତମାନତହସିଲଦାର ଇନଚାର୍ଜ ବିଡିଓ ଅଛନ୍ତି ।ଆଗକୁ ପଞ୍ଚାୟତ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ବାଲିଆପାଳ ବିଡିଓ ଲଳିତ ସୋରେଙ୍ଗ ଙ୍କୁ ତୁମୁଡିବନ୍ଧ ବିଡିଓ ଭାବେ ବଦଳୀ ହୋଇଛି । ତେବେ ସେ ଏଯାଏ ଜଏନ ହୋଇ ନ ଥିବା ଜଣାପଡିଛି ।
ଏପରି ସ୍ଥଳେ ବ୍ଳକର ବେଲଘର,ସିର୍ଲା ଗୁମ୍ମା ପଞ୍ଚାୟତରେ ବ୍ୟାପକ ଅନିୟମିତତା ଓ ଦୁର୍ନିତୀ ହୋଇଥିବା ଅଭିଯୋଗ ହେଉଛି । ବେଲଘର ପଞ୍ଚାୟତରେ ମୃତକଙ୍କ ନାମରେ ଉତ୍ତା ଟଙ୍କା ହଡପ ହୋଇଥିବା ନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହେଲା ତେବେ ରିପୋର୍ଟ କଣ ଆସିଲା ଜଣାପଡିଲାନି । ସେହିପରି ସିର୍ଲା ପଞ୍ଚାୟତରେ ତତ୍କାଳୀନ ପିଇ ଓକୁ ଆଡେ ପଞ୍ଚାୟତକାମ, ଓ ଜିନିଷପତ୍ର କ୍ରୟରେ ମୋଟା ଅଙ୍କର ଅର୍ଥ ହଡପ ନେଇ ଅଭିଯୋଗ ହୋଇଥିଲା , ସେ ନେଇ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଜଣାପଡିନି। ସେହିପରି ଗୁମ୍ମା ପଞ୍ଚାୟତରେ ମଧ୍ୟ ସିଏଫସି ଓ ଏସଏଫସି ବାବଦ ଅନୁଦାନ ଅର୍ଥ ର ବ୍ୟାପକ ଅନିୟମିତତା କରାଯାଇଲକ୍ଷ ଲକ୍ଷଟଙ୍କା ହେରଫେର ହୋଇଥିବା ଶୁଣିବାକୁ ମିଳୁଛି ।ପଞ୍ଚାୟତ ଉପରିସ୍ଥ ଅଧିକାରୀ
କୁ ଆଡେ ସବୁ ଜାଣି ଚୁ ପ ବସିଥିବା ଅଭିଯୋଗ ହେଉଛି । ପିଇ ଓମାନଙ୍କ ସହ ଭଲ ସଂପର୍କ ଥିବାରୁ ବାବୁ ଜଣଙ୍କ ସମସ୍ତଙ୍କୁ ଘଣ୍ଟ ଘୋଡ।ଇ ରଖିଥିବା ଆଲୋଚନା ହେଉଛି । ତେବେ ଏହି ପଞ୍ଚାୟତ ଗୁଡ଼ିକର ଭିଜିଲାନ୍ସ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସି ପାରନ୍ତା ।
ଏନେଇ ଜିଲା ପଞ୍ଚାୟତ ଅଧିକାରିଙ୍କୁ ପଚାରିଲେ ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସୁବିଧା ନାହିଁ6 ବାଲି କହିଛନ୍ତି ।
ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଚାରିବାରେ ସେ ମଧ୍ଯ ଅନୁରୁପ ଭାବେ ସମାନ କଥା କହିଛନ୍ତି। ଦୁର୍ନିତି ନିବାରଣ ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *