#Breaking News #Crime #District

ଖଜୁରୀପଡା ପୋଲିସ ରଚଢ଼ାଉ ବୋଲେରୋ ସହ ଗଂଜେଇଜବତ,୩ ଗିରଫ


ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ଖଜୁରୀପଡା ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଖଜୁରୀପଡା ଥାନା ଅଧିକାରୀଗେଲି କୁମାରୀ ସାହୁ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଚଢ଼lଉ କରି ଏକ ବୋଲେରା ସହ ତିରିଶ କେଜି ଗଂଜେଇ ଜବତ କରିଛି l କୌଣସି ସୁତ୍ର ରୁ ଖବର ପାଇ ଖଜୁରୀପଡା ପୋଲିସ ଟିମ ବନ୍ଧ ସାହି ଛକ ରେ ଗାଡି ଯାଞ୍ଚ କରି ବୋଲେରୋ ସହ ଗଂଜେଇ ଜବତକରିଥିଲେ lଜବତ ବୋଲେରୋ ନମ୍ବର ଓ ଡି 0୫ ବି ଏସ ୬୯୨୫ ବୋଲି ଥାନା ଅଧିକାରୀ ଗେଲି କୁମାରୀ ସାହୁ କହିଛନ୍ତି l
ତେବେ,
ଖଜୁରୀପଡା ପୋଲିସ 42 /23 ରେ ମାମଲା ରୁଜ୍ଜୁ କରି ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀମତୀ ସାହୁ କହିଛନ୍ତି l
ଗିରଫ ଅଭିଯୁକ୍ତମାନେ ହେଲେ ଫିରିଙ୍ଗିଆ ଡ଼ିମିରିଗୁଡା ଗ୍ରାମର ସୁଖମା ଡିଗାଲ, ରାନୁମା ଡିଗାଲ ଓ ଶୋ ଭାକାନ୍ତ ଡିଗାଲ ବୋଲି ପୋଲିସ କହିଛି l
ଗେଲି କୁମାରୀ ସାହୁ ଜଣେ ମହିଳା ପୋଲିସ ଇନ୍ସପେକ୍ଟର ହୋଇବି ବିଭିନ୍ନ ସମୟ ରେ ଚଢ଼ାଉ କରି ଗଂଜେଇ ଜବତ କରି ବାରେ ସଫଳ ହୋଇଛନ୍ତି l
ସେହିପରିବେଆଇନ ଗଂଜେଇ ଚାଷ ସଂପର୍କରେ ଲୋକଙ୍କୁ ସଚେତନ କରି ଏଥିରୁ ନିବୃତ ରହି ବା ଲାଗି ପରାମର୍ଶ ଦେଉଛନ୍ତି ଥାନା ଅଧିକାରିଣୀ l
ଏହାବ୍ୟତୀତ ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିଛନ୍ତି ସେ l
ଅସାମାଜିକ କାର୍ଯ୍ୟ କଳାପ କୁ ଦୃଢ଼ ହସ୍ତରେ ଦମନ କରି ଲୋକଙ୍କ ଧନଜୀବନ କୁ ସୁରକ୍ଷା ଦେଇ କମ ଦିନରେ ଅଂଚଳ ବାସୀ ଙ୍କ ଆସ୍ଥା ଭାଜନ ହୋଇଛନ୍ତି ଗେଲି l ଗେଲି ଙ୍କ ଭଳି ଦକ୍ଷ, କର୍ମଠ, ସଚୋଟ, ପୋଲିସ ଅଫିସର ଙ୍କୁ ପାଇ ଅଞ୍ଚଳବାସୀ ବେଶ ଖୁସିଥିବା ଦେଖା ଯାଉଛି l

Leave a comment

Your email address will not be published. Required fields are marked *