#Breaking News #Uncategorized

ସୁଶାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ କନ୍ଧମାଳ ସାଂସଦ

.
ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‍ ଅନ୍ତର୍ଗତ କୋଲାପଡ଼ା ଗ୍ରାମର ସୁଶାନ୍ତ ନାୟକଙ୍କ ଗତ ମେ ୨୨ ତାରିଖରେ କରୋନାରେ ପରଲୋକ ହୋଇଯାଇଛି । ସୁଶାନ୍ତ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ତରଫରୁ ଫିରିଙ୍ଗିଆ ବ୍ଲକ୍‍ ସଂଯୋଜକ ଭାବେ ବେଶ ନିଷ୍ଠା ଓ ଆନ୍ତରିକତର ସହକାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ।
ତାଙ୍କର ପରଲୋକରେ ସାଂସଦ ଅଚ୍ୟୁତ ସାମନ୍ତ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ସାଂସଦ ପ୍ରତିନିଧିଙ୍କ ଜରିଆରେ ସୁଶାନ୍ତଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୋମବାର ସାଂସଦ ପ୍ରତିନିଧି ସ୍ଵର୍ଗତ ସୁଶାନ୍ତଙ୍କ ପତ୍ନୀଙ୍କୁ ଭେଟି ଏକ ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ କରିଥିଲେ । ଏଥିପାଇଁ ତାଙ୍କ ପତ୍ନୀ ସାଂସଦ ଶ୍ରୀ ସାମନ୍ତଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

Leave a comment

Your email address will not be published. Required fields are marked *