#Exclusive

ଘରବାହୁଡ଼ା ପାଇଁ ରେଳ ଷ୍ଟେସନ୍‌ରେ ଶ୍ରମିକଙ୍କ ଭିଡ଼: ମାନିଲେନି ଲକ୍‌ଡାଉନ୍‌

ମୁମ୍ବାଇ: ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲ୍‌ ଭଳି ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନ୍‌ରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ଅବଧି ସରିବା ପରେ ଘରକୁ ଫେରିବାକୁ ଆଶା ରଖିଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଆଜି ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନରେ ଭିଡ଼ ଜମାଇଛନ୍ତି। ଏମାନଙ୍କୁ ନିୟନ୍ତ୍ରଣ କରିବା ମୁମ୍ବାଇ ପୁଲିସ୍‌ ପକ୍ଷେ କଷ୍ଟକର ହୋଇପଡ଼ିଛି। ପୁଲିସ୍ ଲାଠି ଚାର୍ଜ କଲେ ମଧ୍ୟ ଅସମ୍ଭବ ଭିଡ଼କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରୁନି।

ସୂଚନା ଅନୁସାରେ, ଷ୍ଟେସନ୍‌ରେ ଏକଠି ହୋଇଥିବା ଶ୍ରମିକଙ୍କମାନେ ସାଧାରଣତଃ ଦିନ ମଜୁରିଆ ଶ୍ରେଣୀର। ଯେଉଁମାନେ ଲକ୍‌ଡାଉନ୍‌ ପରଠାରୁ  ଅର୍ଥାତ୍ ମାର୍ଚ୍ଚ ୨୫ରୁ ବେରୋଜଗାର ହୋଇ ବସିଛନ୍ତି। ତେବେ ଏପ୍ରିଲ୍ ୧୪ରେ ଲକ୍‌ଡାଉନ୍‌ ଅବଧି ଶେଷ ହେଲେ ସମସ୍ତେ ଘରକୁ ଫେରିବା ଆଶା ନେଇ ପ୍ରାୟ ଦୁଇ ଦିନ ପୂର୍ବରୁ ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନ୍‌କୁ ଆସିଥିବା କୁହାଯାଉଛି।ପୂର୍ବରୁ ଏପ୍ରିଲ୍‌ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ୍ ଅବଧି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଆଜି ଏହି ଅବଧି ମେ-୩ ଘୁଞ୍ଚାଇ ଦେବାରୁ ଏଥିରେ ହତୋତ୍ସାହିତ ହୋଇ ସମସ୍ତେ ଘରକୁ ଫେରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

Leave a comment

Your email address will not be published. Required fields are marked *