#Breaking News

ନିଷ୍ଠା ପରିବାର ତରଫ ରୁ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ରକ୍ତଦାନ ଶିବିର


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ କିଛିକାଂଶ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ର ପ୍ରୟାସ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ର ଶୁଭ ପ୍ରତିଷ୍ଠା ମହୋତ୍ସବ ଅବସର ରେ ନିଷ୍ଠା ପରିବାର ଓ ହନୁମାନ ମନ୍ଦିର ପ୍ରତିଷ୍ଠା କମିଟି, ବରଗଡ଼ ବ୍ଲକ ଅନ୍ତର୍ଗତ ବିଶ୍ବାଳ ଟିକ୍ରା, ଖଣ୍ଡହତା,ବରଗଡ ଦ୍ବାରା ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର କୁ ଶ୍ରୀ ପବିତ୍ର କର ଫିତାକାଟି ଉଦ୍ଘାଟନ କରିଥିଲେ ଓ ରକ୍ତଦାତାଂକୁ ଉତ୍ସାହିତ କରିଥିଲେ।ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ମୋଟ ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶିବିର ପରିଚାଳନା ରେ ନିଷ୍ଠା ପରିବାର ର ଉପଦେଷ୍ଟା ପୂର୍ଣଚନ୍ଦ୍ର ତ୍ରିପାଠୀ ,ମନୋହର ସାହୁ,ସଭାପତି ରକ୍ଷପାଳ ସାହୁ,କୋଷାଧ୍ଯକ୍ଷ ଶ୍ୟାମସୁନ୍ଦର ସାହୁ, କ୍ଷୀରୋଦ୍ର ସାହୁ ଙ୍କ ସମେତ ମହିଳା ଶାଖାର ତ୍ରିପୁରା ସୁହୁଲା,ବିଶ୍ବାଲ ଟିକ୍ରା ର ସୌକିଲାଳ କର, ସାନନ୍ଦ ସାହୁ ,ଜିତେନ୍ଦ୍ର ତ୍ରିପାଠୀ ଓ ବିଶ୍ବାଲ ଟିକ୍ରା ର ଜନସାଧାରଣ ଏବଂ ନିଷ୍ଠା ର ସଦସ୍ୟ ମାନେ ସହଯୋଗ କରିଥିଲେ।ବିଶେଷ କରି ହନୁମାନ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରି ଶିବିର କୁ ସଫଳ କରିଥିଲେ।

Leave a comment

Your email address will not be published. Required fields are marked *