#Breaking News

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ତାଲିମ କାର୍ଯ୍ୟକ୍ରମ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲା ଜି. .ଉଦୟଗିରି କୃଷି ବିଭାଗ କାର୍ଯ୍ୟାଳୟ ଠାରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ର ଏକ ସଚେତନତା ପାଠଶାଳା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ଟିକୁ ଗୋଷ୍ଠୀ ସଂଯୋଜକ ଚନ୍ଦ୍ରଶେଖର ପାଢ଼ୀ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କୃଷି ଅଧିକାରୀ ଜ୍ୟୋତିରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ ! ଜି. ଉଦୟଗିରି ବ୍ଲକର ସମସ୍ତ ପଞ୍ଚାୟତରୁ ବହୁ ଚାଷୀ ଯୋଗଦେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଙ୍କୁ ଭିଡିଓ ଦ୍ୱାରା ସିଧା ପ୍ରସାରଣ ଦେଖିଥିଲେ ! ପ୍ରଧାନମନ୍ତୀ ଫସଲ ବୀମା ଯୋଜନା ରେ ଅନ୍ତର୍ଭୁକ୍ତ ହେବା ଦ୍ୱାରା ଜଣେ ଚାଷୀ କି କି ସୁବିଧା ପାଇପାରୁଛନ୍ତି ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ! ଏହି ସଚେତନତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଚାଷୀ ବୀମା କରିବା ଦ୍ୱାରା ବିଶେଷ ସୁବିଧା ପାଉଥିବା ପ୍ରକାଶ କରିଥିଲେ ! ଏହି ସଚେତନତା କାର୍ଯ୍ୟକ୍ରମଟିକୁ ଜନସେବା କେନ୍ଦ୍ର ପରିଚାଳକ ନୀତେଶ କୁମାର ଦିଗାଳ ସହଯୋଗ କରିଥିଲେ !

Leave a comment

Your email address will not be published. Required fields are marked *