#Breaking News

ପ୍ରଧାନଶିକ୍ଷକଙ୍କ ଠାରୁ ଟଙ୍କା ଲୁଟ : ବାଇକ ରେ ଆସି ଲୁଟି ନେଲେଲକ୍ଷା ଧିକ ଟଙ୍କା..


ଫୁଲବାଣୀ-(ସୁନୀଲ ପଟନାୟକ)
ବାଇକରେ ଆସିଲେ ଆଖିପିଛୁଳାକେ ଲୁଟି ନେଲେ ଟଙ୍କା। ପିଲାଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା ଉଠାଇ ପ୍ରଧାନଶିକ୍ଷକ ଫେରୁଥିବା ବେଳେ ଲୁଟି ନେଲେ ଦୁର୍ବର୍ତ୍ତ।
। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ।ବାଲିଗୁଡ଼ା ବନ୍ଧ ସାହି ନିକଟରେ ଥିବା ଏଟିଏମ ନିକଟରୁ ଲୁଟ ହୋଇଛି ୨ ଲକ୍ଷ ୭୦ ହଜାର ଟଙ୍କା।
ଦୁଇଟି ବାଇକ୍ରେ ୪ଜଣ ଦୁର୍ବୁର୍ତ୍ତ ଆସି ୨ ଲକ୍ଷ ୭୦ ହଜାର ଟଙ୍କା ଆଖିପିଛୁଳାକେଲୁଟି ନେଇଛନ୍ତି ।ଖବରରୁ ପ୍ରକାଶ ଯେ ମୁଣ୍ଡ।ସାହୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ଟଙ୍କା ଉଠାଇବାକୁ ବ୍ୟାଙ୍କ ଆସିଥିଲେ ଓ ବ୍ୟାଙ୍କରୁ ୨ ଲକ୍ଷ ୭୦ ହଜାର ଟଙ୍କା ଉଠାଇ ବା ଇକରେ ଫେରୁଥିବାବେଳେ ୪ ଜଣ ଯୁବକ ଆସି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଏନେଇ ପ୍ରଧାନଶିକ୍ଷକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା.ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ବାଲିଗୁଡ଼ା ପୋଲିସ । ତେବେ ଲୁଟେରା ମାନଙ୍କ କୌଣସି ଟେର ପାଇନି ପୋଲିସ।
ଏତେଗୁଡିଏ ଟଙ୍କା ଆଣିବାକୁ ପ୍ରଧାନଶିକ୍ଷକ ଏକା ଗଲେ କାହିଁକି? ଅନ୍ୟଷ୍ଟାଫଙ୍କୁ ସାଥିରେ ନେଲେ ନି କାହିଁକି? ସେହିପରି ଟଙ୍କାକୁ ବ୍ୟାଗରେ ଝୁଲାଇ ପ୍ରଧାନ ଶିକ୍ଷକ ଟଙ୍କା ଧରି ଆସିବା କେତେ ଦୁରଯୁକ୍ତିଯୁକ୍ତ ବୋଲି ପ୍ରଶ୍ ଉଠୁଛି । ଟଙ୍କା ଲୁଟପାଇଁ ପ୍ରଧାନ ଶିକ୍ଷକଙ୍କ ଦାୟୀତ୍ଵହିନ ତାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ

Leave a comment

Your email address will not be published. Required fields are marked *