#Breaking News #Uncategorized

କାଳବୈଶାଖିରେ ଗଛପଡି ଘର ଭାଙ୍ଗିଲା,ସହାୟତା ଦାବି

.
ଫୁଲବାଣୀ-( ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଏବଂ ଦାରିଙ୍ଗବାଡିର ଆଖପାଖ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଝଡ଼ ତୋଫାନରେବଡ଼ବଡ଼ଗଛମାନଉପୁଡିପଡିବା ସହିତ ପ୍ରବଳ କୁ ଆ ପଥର ସହ ବର୍ଷା ହୋଇଥିଲ।ଗଛ ଉପୁଡି ପଡିବା ଫଳରେ ଫିରିଙ୍ଗିଆ ବ୍ଲକର ରତଙ୍ଗ । ପୋଡ଼ା ପଡ଼ା,କୁଟିବାରି, ଗୋଛା ପଡ଼ା ପାଙ୍ଗା ଆଦି ଅନେକ ସ୍ଥାନରେ ଚାଳ ଓ ଟିଣଛପର ଘରଗୁଡିକର ଛାତ ଉଡିଯାଇଛି । ଆଉ କେତେକ ସ୍ଥାନରେ ଗଛ ଉପୁଡି ପଡିବା ଫଳରେ ଘର ମଧ୍ୟ ଭାଙ୍ଗିଯାଇଥିବା ଜଣାପଡିଛି । କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଦାବୀ କରାଯାଇଛି । ତେ6ବ ତଦନ୍ତ ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ ବୋଲି ଆପଦ କାଳୀନ ଅଧିକାରି କହିଛନ୍ତି ।
ସେହିପରି ଦାରିଙ୍ଗବାଡି ବ୍ଳକର ବୁଡ଼ା ଗୁଡ଼ା, ଗୁମି କିଆ’ , ଶ୍ରା ନିକେତା,ଗ୍ରୀନବାଡି ଆଦି କେତେକ ପଞ୍ଚାୟତ ଗ୍ରାମଗୁଡିକରେ ମଧ୍ୟ ଘରର ଛପର ଉଡିଯାଇଥିବା ଜଣାପଡିଛି । ସେହିପରି ବିଦ୍ୟୁତ ଖୁଣ୍ଟମାନଉପୁଡି ପଡିଥିଲା। ସେହିପରି ଫୁଲବାଣୀ ନିକଟରେ ରାସ୍ତାକଡ଼ ଗଛ ଉପୁଡି ପଡିବା ଫଳରେ ଦୀର୍ଘ ସମୟଧରି ବିଦ୍ୟୁତ ସରବରାହ ବ୍ୟାହତ ହୋଇ ଥିଲା।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *