#Breaking News #District

ଜନଶୁଣାଣୀ ରେ ଅନୁସୂଚିତ ଜନ ଜାତି ତରଫରୁ ଦାବିପତ୍ର ପ୍ରଦାନ

ଆଠଗଡ ( ଉଲ୍ଲାପ୍ର )ଆଠଗଡ଼ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦ ତରଫରୁ ସଭାପତି ଶ୍ରୀ ବିଚିତ୍ରାନନ୍ଦ ସେଠିଙ୍କ ନେତୃତ୍ଵରେ, ପରିଷଦର ସାଧାରଣ ସମ୍ପାଦକ ସତ୍ୟଜିତ ମଲ୍ଲିକ, ଉପସଭାପତି ପୀତବାସ ନାଏକ ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଆଠଗଡ଼ର କିଛି ବିଦ୍ୟାଳୟ ମାନଙ୍କରେ ବ୍ୟବହୃତ ଅସମ୍ବିଧାନିକ ଶବ୍ଦର ପ୍ରତିବାଦ କରି ଆଠଗଡ଼ ମେଡିକାଲ ସାମ୍ନାରେ ଅବସ୍ଥିତ ହରିଜନ ସରକାରୀ ବିଦ୍ୟାଳୟ ତଥା ତିଗିରିଆ ନୁଆସଡ଼କ ଠାରେ ଅବସ୍ଥିତ ହରିଜନ ଆବାସିକ ସ୍କୁଲର ନାମ ପରିବର୍ତ୍ତନ କରି ଭାରତ ରତ୍ନ ବାବାସାହେବ ଡ଼ ଭୀମ ରାଓ ଆମ୍ବେଦକରଙ୍କ ନାମରେ ନାମିତ କରିବାକୁ ଦାବି ରଖିବା ସହ ଧୂରୁକୁଡ଼ିଆ ଗ୍ରାମ ଆଦିବାସୀ ସାହିରେ ଜଳ ସମସ୍ୟାଙ୍କୁ ଯଥାଶୀଘ୍ର ସମାଧାନ ତଥା ଟ୍ୟାଙ୍କର ଯୋଗାଇଦେବାକୁ ଦାବି ରଖିବା ସହ ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ଯେଉଁ ଗ୍ରାମ ଗୁଡିକରେ ଜଳ ଯୋଗାଣ ଅସୁବିଧା ଅଛି ତା ପ୍ରତି ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ପରିଷଦ ତରଫରୁ ଦାବି ରଖାଗଲା ଏବଂ ଏ ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏ. ଡି. ଏମ ପ୍ରତିଶୃତି ପ୍ରଦାନ କଲେ l

Leave a comment

Your email address will not be published. Required fields are marked *