#Breaking News

ଯୁବକ କୁ ରାସ୍ତା କଡରେ ତଣ୍ଟି କାଟି ଫିଙ୍ଗି ଦେଲେ, ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଉଦ୍ଧାର


ଫୁଲବାଣୀ 16/10(ସୁନୀଲ ପଟନାୟକ )
ଫୁଲବାଣୀ –ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଟେଲାପାଲି ଶ୍ରାସାନଣ୍ଡା ଗାଁ ନିକଟ ରାସ୍ତା କଡ଼ରୁ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଆହତ ଅବସ୍ଥାରେ ଜଣେ ଯୁବକକୁ ଉଦ୍ଧାରକରି ଗାଁ ଲୋକେ . ଫିରିଙ୍ଗିଆ ମେଡିକାଲ ରେ ଭର୍ତି କରିଛନ୍ତି l
ଶନିବାର ଭୋର ସକାଳୁ ଫୁଲବାଣୀ ମୁଖ୍ୟ ରାସ୍ତା ର ଟେଲାପାଲି ଶ୍ରାସାନଣ୍ଡା ଗାଁ ନିକଟ ରାସ୍ତା କଡରେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଗାଁ ଲୋକ ଦେଖିବାକୁ ପାଇଥିଲେ. ଗାଁ ଲୋକ ଯୁବକ ଜଣକୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ. ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫିରିଙ୍ଗିଆ ମେଡିକାଲ ରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି.l ଅନ୍ୟପଟେ ଯୁବକଙ୍କ ତଣ୍ଟି ରେ ଗଭୀର ଆଘାତ ଲାଗିଥିବା ବେଳେ କୌଣସି ଧାରୁଆ ଅସ୍ତ୍ର ରେ କେହି ତାଙ୍କର ତଣ୍ଟି କାଟିଦେଇଥିବା ଅନୁମାନ କରାଯାଉଛି l
. ଯୁବକ ଜଣକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କଇଁ ଝର ପଞ୍ଚାୟତ ଖଣ୍ଡିକୁଟି ଗାଁ ର ପ୍ରମୋଦ କହଁର ବୋଲି ଜଣାପଡିଛି.I
ତେବେ ଯୁବକ ଜଣକ ଏଠାକୁ କେମିତି ଆସିଲେ ଏବଂ ତାଙ୍କ ତଣ୍ଟି କିଏ କାଟି ରାସ୍ତା କଡରେ ପକାଇ ଦେଇ ଚାଲିଯାଇଛି ତାହା ସ୍ପଷ୍ଟ ହୋଇନାହିଁ.l
ଫିରିଙ୍ଗିଆ ପୋଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁଛି l

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *