#Breaking News

ଭାଜପା ବରଗଡ଼ ଜିଲ୍ଲା ର କାର୍ଯ୍ୟକାରୀ କମିଟି ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଆଜି ବରଗଡ଼ ସଦର ମହକୁମା ସ୍ଥିତ ଘୁଲିପାଳି ଠାରେ ଥିବା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟକାରୀ କମିଟି ବୈଠକ ଓ କର୍ମୀ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ପୈାରହିତ୍ୟ ସଭା ରେ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଗାମୀ ଦିନରେ କର୍ମୀ ମାନେ ନିଜ ଅଞ୍ଚଳ ରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଦଳକୁ ମଜଭୁତ ଭାବରେ କାର୍ଯ୍ୟ କରୀ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା କୁ ଆହ୍ବାନ କରିଥିଲେ। ସଭା ଆରମ୍ଭ ପୂର୍ବରୁ ବିଧାୟକ ନାଉରୀ ନାଏକ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ ପତାକା ଉତ୍ତୋଳନ କରି ଶିବିର କୁ ଉଦଘାଟନ କରିଥିଲେ। ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ ଆଗାମୀ ଯୋଜନା ଓ ଦଳ ଆଗମୀ ପଞ୍ଚାୟତ ନିର୍ବାଚନ ରେ ଦଳର ରଣନୀତି ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ବୈଠକରେ ବରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା,ଗୋବିନ୍ଦ କୁମାର ହାଜତ ମୃତ୍ୟୁ, ମମିତା ମେହେର ହତ୍ୟା, ରାଜ୍ୟ ସରକାର ଙ୍କ ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଙ୍କ ଇସ୍ତଫା, ଜିଲ୍ଲା ରେ ଧାନ କିଣା ରେ ଅନିୟମିତତା ଓ ଚାଷୀମାନଙ୍କ ସମସ୍ୟା ଉପରେ ବକ୍ତା ମାନେ ମତପ୍ରକାଶ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିଷ ଆଚାର୍ଯ୍ୟ, ବରିଷ୍ଠ ନେତା ସୁରେଶ୍ଵର ଶତପଥୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ପୂର୍ବତନ ବିଧାୟକ ମହମ୍ମଦ ରଫିକ,ଅରୁପା ସାହୁ,ସୈ।ରି ବାରିକ୍ ପ୍ରମୁଖ ମଞ୍ଚାସୀନ ଥିଲେ।

Leave a comment

Your email address will not be published. Required fields are marked *