#Breaking News

ବାହାଘରର ଛଅ ମାସ ନ ହେଉଣୁ ନବ ବଧୂ ଙ୍କ ମୃତ୍ୟୁ,ହତ୍ୟା ଅଭିଯୋଗ. ଆଣିଲେ ପରିବାର ଲୋକେ


ଫୁଲବାଣୀ- (ସୁନୀଲ ପଟ୍ଟନାୟକ)-
ବାହାଘରର ଛଟା ମାସ ହୋଇଛି କି ନାହିଁ ନବ ବଧୁ କୁ ଶାଶୁଘର ଲୋକେ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଖଜୁରୀପଡ଼ା ଥାନାରେ ମାମଲା ଗୁଳ୍ମ ହୋଇଛି।, ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଯୌତୁକ ଜନିତ କାରଣରୁ ହତ୍ୟା କରଯାଇଥବା ଅଭିଯୋଗ ଆଣିଛନ୍ତି ବଧୁର ପରିବାର ଲୋକେ । ମୃତ କ ଜଣକ ହେଲେ ସୌଦାମିନୀ ବେହେରା l ଘଟଣା ଘଟିଛି ଖଜୁରୀପଡ଼ା ଥାନା ସିଡିଙ୍ଗି ଗ୍ରାମରେ ।
ସୂଚନାଯୋଗ୍ୟଯେ,ନ ୟାଗଡ଼ ଜିଲ୍ଲା ବାଣି ଗୋଛା ଥାନାଅଞ୍ଚଳର ରୁପା ଝରି ଗ୍ରାମର ସ୍ୱର୍ଗତ ଲାବଣ୍ୟ ବେହେରାଙ୍କ ଝିଅ ସୌଦାମିନି
ଖଜୁରୀପଡା ଥାନା ଅଞ୍ଚଳର ସିଡିଙ୍ଗ ଗ୍ରାମର ସ୍ଵର୍ଗତ ନିଳକଣ୍ଠ ନାୟକଙ୍କ ପୁଅ କୁବେର କୁ ଛଅ ମାସ ତଳେ ବିବାହ କରିଥିଲା । ବିବାହର ଠାରୁ ଅଧିକଯୌତୁକ ଦାବୀ କରି ଶାଶୁଘର ଲୋକେ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ମାମୁ ପଞ୍ଚୁନାୟକ ଅଭିଯୋଗ କରିଛନ୍ତି । ଗତ ଦୁଇଦିନ ତଳେ ଶାଶୁଘର ଲୋକେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାର ଧମକ ଦେଇଥିବା ନେଇ ସୌଦାମିନୀ ମା ମୁ କୁ ଫୋନ କରି ରାତିରେ ଜଣାଇଥିଲ। ଓ ଏଠାରୁ ନେଇ ଯିବା ଲାଗି କହିଥିଲା। ତେବେ ଲକଡ଼ାଉନ ଯୋଗୁ ଗାଡି ମଟର ବନ୍ଦ ଥିବାରୁ ଆସିପାରିନଥିଲେ।
ହେଲେ ଗତକାଲି ସଂଖ୍ୟାରେ କୁ ବେର ର ଖୁଡି ଫୋନ କରି ତମ ଝିଅ ସୌଦାମିନି କେଉଁ ଆଡେ ଚାଲି ଯାଇଛି ବୋଲି କହିଥିଲେ। ତେବେ ରାତି ୧୧ରେକୁବେର ସୌଦାମିନି ମରିଯାଇଥିବା ନେଇ ସୂଚନା ଦେଇଥିଲେ। ସୌଦା ମିନି ଙ୍କ ମାମୁ ପଞ୍ଚୁ ଓ ଅନ୍ୟମାନେ ସିବିଙ୍ଗ ଆସି କୁ ବେର ଘରେ ପହଞ୍ଚିବା ବେଳେ ସୌଦାମିନୀ ର ମୃତଦେହ ଘର ପିଣ୍ଡାରେ ପଡିଥିବା ଦେଖିଥିଲେ ।ପଚାରିବାରେ ସୌଦାମିନି ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲା ଆମେ ଖୋଲି ଆଣି ପିଣ୍ଡାରେ ରଖିଛୁ ବୋଲି କହିଥିଲେ ।
ତେବେ ସେ ଆତ୍ମହତ୍ୟା କରିଛିନା ହତ୍ୟା କରାଯାଇଛି ସନ୍ଦେହ ସୃଷ୍ଟି ହୋଇଛି । ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

Leave a comment

Your email address will not be published. Required fields are marked *