#Uncategorized

ପଞ୍ଚୁକ ଦ୍ୱିତୀୟ ଦିନରେ ଧବଳେଶ୍ବର ଙ୍କ ବଡ଼ସିଂହାର ବେଶ


ଆଠଗଡ(ଉଲାପ୍ର)କାର୍ତ୍ତିକ ମାସର ଦ୍ୱିତୀୟ ପଞ୍ଚୁକ ରେ ବାବା ଧବଳେଶ୍ବର ଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଛି,କରୋନା ମହାମାରୀ ଯୋଗୁ ଧବଳେଶ୍ବର ପୀଠଟି ଖାଁ ଖାଁ ହୋଇ ପଡ଼ିଥିବା ବେଳେ ଯୋଉ ଝୁଲା ପୋଲରେ ଶହ ଶହ ଶ୍ରଦ୍ଧାଳୁ ବାବାଙ୍କ ବଡ଼ସିଂହାର ବେଶ ଦର୍ଶନ କରିଥାନ୍ତେ ସେହି ଝୁଲା ପୋଲ ଆଜି ଖାଲି ଖାଲି ଲାଗୁଚି, ପୀଠରେ କେବଳ ସେବାୟତ ମାନଙ୍କୁ ଛାଡିଦେଲେ ସୂଚନା ଲୋକ ସମ୍ପର୍କ ଓ ଦେବୋତ୍ତର ବିଭାଗ କର୍ମଚାରୀ ଙ୍କ ଛଡା ଆଉ କେହି ନାହାଁନ୍ତି, ପ୍ରଶାସନ ତରଫରୁ ସାମ୍ବାଦିକ ମାନଙ୍କୁ ମନ୍ଦିର ଭିତରକୁ ନଯିବା ପାଇଁ କଟକଣା ଜାରି କରାଯାଇଥିବା ବେଳେ ସୂଚନା ଲୋକସମ୍ପର୍କ ବିଭାଗ ତରଫରୁ ସାମ୍ବାଦିକ ମାନଙ୍କୁ ଫଟୋ ଓ ଭିଡିଓ ପଠାଇ ଦିଆଯାଉଛି,କ ରୋନା ମହାମାରୀ ରେ ଧବଳେଶ୍ବର ପୀଠଟି ଯେମିତି ଶ୍ରୀ ହୀନ ହୋଇ ପଡିଛି,ଅନ୍ୟପଟେ ମଞ୍ଚେଶ୍ୱର ଗ୍ରାମରେ ବଡଓଷା ପାଇଁ ଯେମିତି ପୂଜକ ମାନଙ୍କ ଘରେ ଆଉ ପୂର୍ବପରି ସରାଗ ନଥିବା ଜଣାପଡିଛି, କେବଳ ବାବାଙ୍କ ନୀତିକାନ୍ତି ପାଇଁ ଚୁନା କୁଟା ଚାଲିଛି,ସବୁଠି ବିରାଜମାନ କରିଛି କ ରୋନା।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *