#Breaking News

ପୁତୁଡି ଜଳ ପ୍ରପାତରେ ଖସି ଯୁବକ ଗୁରୁତର


ଫୁଲବାଣୀ:-(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକ ଅନ୍ତର୍ଗତ ପୁତୁଡିଜଳପ୍ରପାତ କୁ ବୁଲି ଯାଇଥିବା ବେଳେ ଅସାବ ଧାନତା ବଶତଖସିପଡି ଜଣେ ଯୁବକ ଗୁରୁତର ଭା ବରେ ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଫୁଲବାଣୀ ଅଗ୍ନିଶମ ବାହିନୀ ଏବଂ ଫୁଲବାଣୀ ଟିମ ହୁ୍ୟମାନିଟିର ସଦସ୍ୟ ମାନଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଆହତ ଯୁବକ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ବଲସକୁମ୍ପା ଅଂଚଳର ସିଦ୍ଧାନ୍ତ କୁମାର (୨୬) ବୋଲି ଜଣାପଡିଛି । ସେ ଫୁଲବାଣୀ ଭାରତୀୟ ଷ୍ଟେଟବ୍ୟାଙ୍କ ଫୁଲବାଣୀ ଶାଖାରେ ଜଣେ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି । ଗୁରୁବାର ଅପରାହ୍ନରେ ସେ କିଛି ବ୍ୟାଙ୍କ କର୍ମଚାରୀ ମାନଙ୍କୁ ନେଇ ପୁତୁଡି ଜଳ ପ୍ରପାତ ବୁଲିବାକୁ ଯାଇଥିଲେ । ସେଠାରେ ଫୋଟ ଉଠାଇବା ବେଳକୁ ଅସାବଧାନତା ବସତଃ ତାଙ୍କ ଗୋଡ ଖସି ଯିବାରୁ ସେ ବହୁତ ଉଚ୍ଚରୁ ତଳକୁ ଖସି ପଡିଥିଲେ । ଫଳରେ ତାଙ୍କର ଗୋଟିଏ ଗୋଡର ଜଙ୍ଘର ହାଡ ଭାଙ୍ଗି ଯାଇଥିଲା । ଉଭୟ ଅଗ୍ନିଶମ ବାହିନୀ ଏବଂ ଟିମ ହୁ୍ୟମାନିଟିର ସଦସ୍ୟ ମାନେ ସେଠାରେ ପହଂଚି ଯୁବକଙ୍କୁ ଉଦ୍ଧାର କରି ଫୁଲବାଣୀ ଡାକ୍ତରଖାନାରେ ଭର୍ତି କରାଇଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ଟିମ ହୁ୍ୟମାନିଟିର ସଦସ୍ୟ ଭି.ଜଗନ୍ନାଥ ରାଜୁ,ଅରବିନ୍ଦ ବେହେରାଙ୍କ ସମେତ ଫୁଲବାଣୀ ଡ୍ରାଇଭର ସଂଘର ସଦସ୍ୟ ଏବଂ ଅଗ୍ନିଶମବା ହିନୀର କର୍ମଚାରୀ ମାନେ ସହେଯାଗ କରିଥିଲେl

Leave a comment

Your email address will not be published. Required fields are marked *