#Uncategorized

ନିଆରା ଢଙ୍ଗରେ ଉତ୍ସବ, ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ଅପୁର୍ବ ମିଳନ ।

ପବିତ୍ର ସାଧାରଣ ତନ୍ତ୍ର ଦିବସରେ ବରିଷ୍ଠ ବ୍ୟକ୍ତି ମାନେ ପାଳିଛନ୍ତି ନିଆରା ଢଙ୍ଗରେ ଉତ୍ସବ,ଆଉ ଏହି ଉତ୍ସବ କୁ ପାଳନ କରିବାରେ ସହାୟକ ହୋଇଛନ୍ତି ଆଠଗଡ ବ୍ଲକ ରାଧାଗୋବିନ୍ଦପୁର ଗ୍ରାମର ଯୁବକ ବିଜୟ ସାହୁ,ଗତ କିଛିବର୍ଷ ହେଲା ବିଜୟ ସାହୁ ନିଆରା ଢଙ୍ଗରେ ବରିଷ୍ଠ ବ୍ୟକ୍ତି ମାନଙ୍କୁ ଏକାଠି କରି ସେମାନଙ୍କର ସୁଖଧୁଖ କଥା ବୁଝୁଥିବା ବେଳେ ବରିଷ୍ଠ ବ୍ୟକ୍ତି ମାନେ ନିଜନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିପାରୁଛନ୍ତି,

ସାଧାରଣ ତନ୍ତ୍ର ଦିବସ ଅବସରରେ ଅଶୋକ ନଗର ଠାରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମ କୁ ସହଯୋଗର ହାତ ବଢ଼ାଇ ଛନ୍ତି ବରିଷ୍ଠ ନାଗରିକ ମାନେ,ଆଠଗଡ, ତିଗିରିଆ,ବଡମ୍ବା, ନରସିଂପୁର, କଟକ, ଭୁବନେଶ୍ୱର ପ୍ରଭୁତି ଅଂଚଳର ବରିଷ୍ଠ ବ୍ୟକ୍ତିମାନେ ଏକାଠି ହୋଇ ନିଜନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ ବରିଷ୍ଠ ନାଗରିକ ଗୁଣନିଧି ତ୍ରିପାଠୀ,ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧକ୍ଷ ଯତିରାଜ ମହାନ୍ତି,ଡ଼ଃ ନାରାୟଣ ପଣ୍ଡା,ବୁଦ୍ଧିଜୀବୀ ସଂଘର ସଭାପତି ଶିବପ୍ରସାଦ ପଣ୍ଡା,ଉଦୟାନାଥ ଶତପଥୀ,ବିଶ୍ୱନାଥ ପଣ୍ଡା,ଶ୍ୟାମସୁନ୍ଦର ନନ୍ଦ,ପ୍ରଭାସ ସୁନ୍ଦର ପାଣିଗ୍ରାହୀଙ୍କ ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇ ପିଲାଦିନ କଥା ମନେ ପକାଇଥିଲେ, ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ସଞ୍ଜୟ ରଥ,ପ୍ରମୋଦ ପାତ୍ର,ଏକାଦଶୀ ସେଠି,ବିଜୟ ନାୟକ,ବାବି ଗୋପାଳ,ଲଲାଟେନ୍ଦୁ ସେନାପତି।

Leave a comment

Your email address will not be published. Required fields are marked *