ଅତିଥି ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ 

admin | May 23, 2020 | 59 views |0 | ରାଜ୍ୟ ଖବର

ଭୁବନେଶ୍ବର : ପ୍ରତ୍ୟେକ ଅତିଥି ଶ୍ରମଜୀବୀଙ୍କୁ ନିରାପଦରେ ନିଜ ରାଜ୍ୟରେ ପହଞ୍ଚାଇବା ଏବଂ କୌଣସି ପ୍ରବାସୀ ଶ୍ରମଜୀବୀଙ୍କୁ ଓଡ଼ିଶା ମାଟିରେ ଚାଲିଚାଲି ଯିବାକୁ ନଦେବା ନିମନ୍ତେ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ସମସ୍ତଙ୍କୁ ପରିବହନ ବ୍ୟବସ୍ଥା ଯୋଗାଇ ଦିଆଯିବ ଓ ସେମାନଙ୍କୁ ନିଜ ରାଜ୍ୟ ସୀମା ନିକଟବର୍ତ୍ତୀ ବର୍ଡର ପଏଣ୍ଟରେ ପହଞ୍ଚାଇ ଦିଆଯିବ।ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୧୩,୮୫୧ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୨,୩୭,୬୯୮ ଜଣ ଫେରିଛନ୍ତି। ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share this

Related Posts

ଆଠଗଡ ରେ ମିଶନ ଶକ୍ତି ଜରିଆରେ ବଣ୍ଟା…

Udaya_Labanya | July 30, 2023 | 100 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ତରଫରୁବ୍ୟାଙ୍କ ଋଣ ଓ ସୁଧ ରିହାତି ସଚେତନତା କର୍ମଶାଳା30/7/23 ଆଠଗଡ ମିନି ଷ୍ଟାଡିୟମ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏଥିରେ ଶିଶୁ ବିକାଶ ଅଧିକାରିଣୀ…

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ…

Udaya_Labanya | May 11, 2023 | 53 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ମେଲାଣି ମହୋତ୍ସବ ଆୟୋଜିତ ହୋଇଯାଇଛି। ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ପୁଷ୍ପ ମାଲ୍ୟାର୍ପଣ…

Leave a Reply

Your email address will not be published. Required fields are marked *

Archives

Categories