ଖୁବ୍ ଶୀଘ୍ର ଆରମ୍ଭ ହେବ ରଥ ନିର୍ମାଣ: ଶ୍ରୀମନ୍ଦିର ପରିଚାଳନା ସମିତିର ସୁପାରିସ,ଚୂଡାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର

admin | May 4, 2020 | 24 views |0 | Exclusive

ପୁରୀ : ରଥ ନିର୍ମାଣ ଏକ ନିର୍ମାଣ କାର୍ଯ୍ୟ, ଧାର୍ମିକ ଅନୁଷ୍ଠାନ ନୁହେଁ। ତେଣୁ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସବୁ ଜୋନରେ ନିର୍ମାଣ କାର୍ଯ୍ୟକୁ ଅନୁମତି ରହିଛି। ତେଣୁ ରଥ ନିର୍ମାଣ କରାଯାଇ ପାରିବ । ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକରେ ରଥ ନିର୍ମାଣ ଜାରି ଲାଗି ନିଷ୍ପତ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି  ରାଜ୍ୟ ସରକାର ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  ଗଜପତି ମହାରାଜ ଦିବ୍ୟସିଂହ ଦେବ।ଏହି କାରଣରୁ ଆଶା କରାଯାଉଛି ଯେ ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ ରଥ ନିର୍ମାଣ  | ପରିଚାଳନା କମିଟି ବୈଠକରେ ଆଜି ଏ ବାବଦରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି | ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସରକାରଙ୍କ ପାଖରେ ରଥ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେବା ଲାଗି ସୁପାରିସ କରାଯାଇଛି | ପରିଚାଳନା କମିଟି ଅଧ୍ୟକ୍ଷ ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ସରକାରଙ୍କ ଗାଇଡଲାଇନ ଅନୁସାରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ହୋଇପାରିବ | ଏଥିସହ ରଥ ଖଳା ଏକ ସର୍ବସାଧାରଣ ସ୍ଥଳ ନୁହେଁ, ଏଠାରେ ସାଧାରଣ ଲୋକ ପ୍ରବେଶ କରନ୍ତି ନାହିଁ। ତେଣୁ ରଥ ଖଳାରେ ରଥ ନିର୍ମାଣ ଲାଗି କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ।ରାଜ୍ୟ ଓ କେନ୍ଦ୍ରର ଗାଇଡଲାଇନରେ ଧାର୍ମିକ କାର୍ଯ୍ୟକୁ ବାରଣ କରାଯାଇଛି | ତେବେ ରଥ ନିର୍ମାଣ ଏକ ଧାର୍ମିକ କାର୍ଯ୍ୟ ନୁହେଁ ବରଂ ଏହା ଏକ ଶ୍ରମ ଭିତ୍ତିକ କାର୍ଯ୍ୟ ହୋଇଥିବାରୁ ବୈଠକରେ ଏ ନେଇ ସହମତି ପ୍ରକାଶ ପାଇଛି | ଏ ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିବାବେଳେ ରାଜ୍ୟ ସରକାରଙ୍କ ପାଖରେ ରଥ ନିର୍ମାଣ ପାଇଁ ସୁପାରିଶ କରାଯାଇଛି |

Share this

Related Posts

ଆଜି ଘର ଚଟିଆ ଦିବସ, ହେଲେ ଘର…

Udaya_Labanya | March 20, 2023 | 31 views |0

ହଜି ଗଲେଣି ଘର ଚଟିଆ, ଚାକ ଚକ୍ୟ ସହରୀ ସଭ୍ୟତା ମଧ୍ୟରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁନାହିଁ, ଏମାନଙ୍କ ବଂଶ ବୃଦ୍ଧିପାଇଁ ବନବିଭାଗ ମଧ୍ୟ ପଦକ୍ଷେପ ନେଉନାହିଁ, ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ଘରର ଛାତ ତଳେ…

ଆଠଗଡ ରେ ବଂଶ ପରମ୍ପରାର ନଜିର ନାହିଁ,…

Udaya_Labanya | March 15, 2023 | 158 views | 0

ଆଠଗଡ ( buro news )ଆଠଗଡ ତିଗିରିଆ ଏକ ଗଡଜାତ ମାଟି ଓ ସଂଗ୍ରାମୀ ମାଟି, ଏହି ବିପ୍ଲବୀ ମାଟିରୁ ଆରମ୍ଭ ହୋଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ, ପ୍ରଜା ମଣ୍ଡଳ ଆନ୍ଦୋଳନ ଯୋଗୁ ରାଜାବି ହଟିଥିଲେ ରାଜଗାଦି ରୁ ଓ ଆଠଗଡ…

Leave a Reply

Your email address will not be published. Required fields are marked *

Archives

Categories