#Uncategorized

ଧାରଣା ନୋଟିସ ପରେ ନିର୍ମାଣ ଶ୍ରମିକ ଟଙ୍କା ଫେରି ପାଇଲେ


ବରଗଡ(ଉଲାପ୍ର)
କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ନିର୍ମାଣ ଶ୍ରମିକ ମାନଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେଇଥିଲେ । ବରଗଡ଼ ଜିଲ୍ଲାର ପଂଜିକୃତ ନିର୍ମାଣ ଶ୍ରମିକ ମାନଙ୍କ ମଧ୍ୟରୁ ୧ ଲକ୍ଷ ୧ ହଜାର ୨୦୬ ଜଣ ଶ୍ରମିକ ମାନଙ୍କ ପାଇଁ କେନ୍ଦ୍ରରୁ ଅର୍ଥ ଆସିଥିଲା । ଏପ୍ରିଲ – ମେ ମାସରୁ ନିର୍ମାଣ ଶ୍ରମିକ ମାନଙ୍କ ଅନୁଦାନ ବଣ୍ଟନ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ୧୧ ହଜାର ୬୫୪ ଜଣ ଶ୍ରମିକ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ । ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ବିଜାଡିହୀ ଗ୍ରାମର ୪୩ ଜଣ

କେନ୍ଦ୍ର ସରକାରଙ୍କ ଠାରୁ ଆସିଥିବା ସହାୟତା ପାଇବା ପାଇଁ ୨୦ ତାରିଖ ଦିନ ବ୍ଲକ କାର୍ଯ୍ୟାଳୟ ରେ ଧାରଣା ଦେବା ପାଇଁ ନୋଟିସ୍ ଦେଇଥିଲେ । ଶ୍ରମିକ ମାନଙ୍କ ଠାରୁ ନୋଟିସ ପାଇବା ପରେ ଜିଲ୍ଲା ଶ୍ରମ ଅଧିକାରୀ ଓ ବ୍ଲକ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରି ଆଜି ବିଜାଡିହୀ ଗ୍ରାମର ନିର୍ମାଣ ଶ୍ରମିକ ସର୍ବ ଶ୍ରୀ ଚୁତର୍ଭୁଜ ବରିହା, ଦେବେନ୍ଦ୍ର ରଣା,ହରିବୋଲ ସାହୁ, ଝସ କେତନ ସାହୁ, ଭରତ ସାହୁ, ଅଙ୍ଗଦ ରଣା, ଗୌରୀ ରଣା,ସୀତାରାମ ସାହୁ,ଶ୍ରୀମତୀ ଜୟ କୁମାରୀ ନେଗୀ,ନୁଆଁ ଦେଇ ରଣା, ରାଜେନ୍ଦ୍ର ନେଗୀ,ଭୁବନେଶ୍ବର ରଣା ଆଦି ୩୦ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ନଗଦ ୧୫ ଶହ ଟଙ୍କା ଲେଖାଏଁ ପାଇକମାଲ ବ୍ଲକ SEO ଶ୍ରୀ ରମେଶ ଚନ୍ଦ୍ର ସେଠୀ ପ୍ରଦାନ କରିଥିଲେ । ତେବେ ଜିଲ୍ଲାର ବାକି ଥିବା ୧୧ ହଜାରୁ ଉଦ୍ଦ୍ବି ନିର୍ମାଣ ଶ୍ରମିକ କେବେ ସହାୟତା ରାଶି ପାଇବେ ବୋଲି ପ୍ରଶ୍ନ ତିଆରି ହୋଇଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *