#Breaking News

ଗାଁ ସୀମା କୁ କେନ୍ଦ୍ର କରି ଦୁଇ ଗ୍ରାମବାସୀ ମୁହାଁମୁହିଁ


ବାଲିଗୁଡ଼ା: (ସଞ୍ଜୟ କୁମାର ପାଣିଗ୍ରାହୀ): ଗାଁ ସୀମାକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତରେ । ଦୀର୍ଘ ବର୍ଷର ବିବାଦ ଗୁରୁବାର ଉଗ୍ରରୂପ ଧାରଣ କରିଛି । ଫଳରେ ବାଲିସୁଗା ଓ ମାଦିନାଟ ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଗୋଷ୍ଠୀ ସଂଘର୍ଷରେ ମାଦିନାଟ ଗ୍ରାମର ଜଣେ ବ୍ୟକ୍ତିଙ୍କ ସମେତ ଦୁଇଜଣ ମହିଳା ଆହତ ହୋଇଥିବା କହିଛନ୍ତି ଗ୍ରାମବାସୀ । ସୂଚନା ପ୍ରକାରେ ଗତ ସେପ୍ଟେମ୍ବର ମାସରେ ବାଲିଗୁଡ଼ା ପୋଲିସ୍ ଉପସ୍ଥିତିରେ ବାଲିଗୁଡ଼ା ତହସିଲ ପକ୍ଷରୁ ଉଭୟ ଗ୍ରାମର ସିମା ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ବାଲିସୁଗା ଗ୍ରାମବାସୀ ମାଦିନାଟ ଗ୍ରାମ ମଧ୍ୟରେ ଘର କରୁଥିବା ବେଳେ ମାଦିନାଟ ଗ୍ରାମବାସୀ ବିରୋଧ କରିବାରୁ ଏଭଳି ପରିସ୍ଥିତି ଘଟିଥିବା କହିଛନ୍ତି ମାଦିନାଟ ଗ୍ରାମବାସୀ । ସେପଟେ ଏହା ଆମ ପୂର୍ବ ପୁରୁଷଙ୍କ ଜମି । ବହୁ ବର୍ଷ ଧରି ଆମେ ଏହି ଜମିରେ ଚାଷବାସ କରି ଜୀବିକା ନିର୍ବାହ କରିଆସୁଛୁ । ଘଟଣାକୁ ନେଇ ବହୁବାର ଥାନାର ଦ୍ବାରସ୍ଥ ହୋଇଛୁ ହେଲେ ପରିସ୍ଥିତି ସୁଧୁରୁନି ବୋଲି କହିଛନ୍ତି ବାଲିସୁଗା ଗ୍ରାମବାସୀ । ଅନ୍ୟପଟେ ଏନେଇ ବର୍ତ୍ତମାନ ସୁଦ୍ଧା ଉଭୟ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।

Leave a comment

Your email address will not be published. Required fields are marked *