#Breaking News

ହୀରା ସିମେଣ୍ଟ ଶ୍ରମିକ ସଂଘ ର ସାଧାରଣ ପରିଷଦ ବୈଠକ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ସିମେଣ୍ଟ ନଗର ଠାରେ ହୀରା ସିମେଣ୍ଟ ଶ୍ରମିକ ସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ର ସଭାପତି ମହେନ୍ଦ୍ର କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରଗଡ଼ ସିମେଣ୍ଟ କାରଖାନା ର ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ,ମହା ପ୍ରବନ୍ଧକ ଖଣି ପ୍ରଦୀପ ସାହୁ,ଏଚଆର ଦୀନେଶ ପାଠକ,ସଂଘର ଉପଦେଷ୍ଟା ସମ୍ବିତ ଆଚାର୍ଯ୍ୟ ଅତିଥି ଭାବେ ଭର୍ଚୁଆଲ ମୋଡ଼ ରେ ଯୋଗଦେଇଥିଲେ। ଏଥିରେ ନିକଟରେ କାରଖାନା ରୁ ଅବସର ଗ୍ରହଣ କରିଥିବା କର୍ମଚାରୀ ମାନଙ୍କୁ ରମେଶ ପ୍ରହରାଜ, ସୁବାଷ ପ୍ରଧାନ, ଅଜିତ ପାତ୍ର, ହରି ନାରାୟଣ ସୁନା, ନିରଞ୍ଜନ ସାମଲ, କିଶୋର ଚନ୍ଦ୍ର ଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟ କାରୀ ସଭାପତି ପିକେ ରାଏ, ବିଦ୍ୟାଧର ବିଶ୍ବାଳ,ମାନସ ପ୍ରଧାନ, ଚିତ୍ରସେନ ମହାନ୍ତି, ବିମ୍ବାଧର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଂଘ ର ସମ୍ପାଦକ ମହେଶ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *