#Breaking News

କନ୍ଧମାଳ ସଂସଦଙ୍କ ପ୍ରୟାସରେ କନ୍ଧମାଳରେ ରାଜ୍ୟ ଭଲିବଲ ଏକାଡେମୀ ପ୍ରତିଷ୍ଠା ଘୋଷଣା


ଫୁଲବାଣୀ-୪/୧୦(ସୁନୀଲପଟନାୟକ )
କନ୍ଧମାଳ ସାଂସଦ ପ୍ରଫେସର ଡ. ଅଚ୍ଯୁତ ସାମନ୍ତଙ୍କ ଲଗାତର ନିଷ୍ଠାପର ଉଦ୍ୟମ, ଆଗ୍ରହ, ଦୃଢଇଚ୍ଛାଶକ୍ତି ଯୋଗୁଁ କନ୍ଧମାଳ ଜିଲ୍ଲାରେ ରାଜ୍ୟ ଜୁନିୟର ବର୍ଗ ଭଲିବଲ
ଏକାଡେମୀ ପ୍ରତିଷ୍ଠା ହେବ ବୋଲି ଜଣାପଡିଛି। ପ୍ରଫେସର ସାମନ୍ତ ଭଲିବଳ ଫେ6ଡ଼ର ସନ ଅଫ ଇଣ୍ଡିଆ (ଭିଏଫଆଇ)ର ଦାୟୀତ୍ଵ ଗ୍ରହଣ କରିବାପରେ ଗ୍ରାମାଞ୍ଚଳରେ ଭଲିବଲ ଖେଳ ର ବିକାଶ ଉପରେ ଗୁରୁତ୍ଵ ଦେଇ ଓଡ଼ିଶା ଓ ଅନ୍ୟାନ୍ୟ ରାଜ୍ୟରେ ଆବଶ୍ୟକୀୟ ଉପକରଣ ଓ ସହଯୋଗ ଯୋଗ।ଇବା ଉପରେ ଗୁରୁତ୍ଵ ଦେଇଛନ୍ତି । ସାଂସଦ ଡ .ସାମନ୍ତଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ ଓ ଆନ୍ତରିକତା ଫଳରେ
କନ୍ଧମାଳ ଜିଲ୍ଲାର ଟିକାବାଲି, ରାଇକିଆ, ବାଲିଗୁଡ ଓ ଫୁଲବାଣୀର ଦୁଇଟି ସ୍ଥାନରେ ୫ଟି ଫ୍ଲଡ଼ ଲାଇଟ ଭଲିବଲକୋର୍ଟ ର ବ୍ୟବସ୍ଥା କରିଛନ୍ତି । ସେହିପରି ଦେଶରେ ରଗବୀ ଓ ଚେସ ପ୍ରତିଷ୍ଠା କରିବାରେ ପ୍ରଫେସର ସାମନ୍ତ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ।
ସେହିପରି ଆସନ୍ତା ନଭେମ୍ବର ମାସରେ କନ୍ଧମାଳ ଜିଲା ରେ ରାଜ୍ୟଭଲିବଲ ଚମ୍ପିୟନସିପ ଅନୁଷ୍ଠିତ କରିବାଲାଗି ସାଂସଦ ଆଗ୍ରହୀ ଥିବା ଜଣା ପଡିଛି। ଖେଳ ଏକମାତ୍ର ମାଧ୍ୟମ
ଯାହା ଦ୍ଵାରା ପରସ୍ପର ମଧ୍ୟରେ ବନ୍ଧୁତ୍ୱ ଭାବ ଓ ଭାତୃତ୍ଵ ଭାବ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି।

Leave a comment

Your email address will not be published. Required fields are marked *