#Exclusive

ଏନଆରସି ଭୟ: ଭାରତରୁ ନିଜ ଦେଶକୁ ପଳାଉଛନ୍ତି ବାଂଲାଦେଶୀ ଶରଣାର୍ଥୀ

ନୂଆଦିଲ୍ଲୀ ୧୭/୧୨: ଆସାମରେ ଏନଆରସି ଲାଗୁ କରାଯିବା ଏବଂ ନିକଟରେ ସରକାରଙ୍କ ଦ୍ୱାରା ନାଗରିକତା ଅଧିକାର ସଂଶୋଧନ ଆଇନ ପ୍ରଣୟନ କରାଯିବା ପରେ ଭାରତରେ ରହୁଥିବା କିଛି ବାଂଲାଦେଶୀ ଶରଣାର୍ଥୀ ଭୟଭୀତ ହୋଇପଡିଛନ୍ତି। ଏହି କାରଣରୁ ସେମାନେ ଏବେ ନିଜ ଦେଶକୁ ଫେରି ଯାଉଛନ୍ତି।

ପଶ୍ଚିମବଙ୍ଗ ସଂଲଗ୍ନ ବାଂଲାଦେଶ ସୀମା ଦେଇ ପ୍ରତିଦିନ ପ୍ରାୟ ୨୦ରୁ ୩୦ ଜଣ ବାଂଲାଦେଶୀ ଶରଣାର୍ଥୀ ଭାରତରୁ ପଳାୟନ କରୁଛନ୍ତି। ମାଲଦା, ନଦିଆ ଜିଲା ସଂଲଗ୍ନ କେତେକ ଅଞ୍ଚଳ ଏବଂ ଉତ୍ତର ୨୪ ପ୍ରଗଣାର ବସୀରହାଟ, ବନଗାଁ ଆଦି ଅଞ୍ଚଳ ଦେଇ ସେମାନେ ବାଂଲାଦେଶକୁ ପଳାଉଛନ୍ତି । ବିଶେଷ କରି ଦିଲ୍ଲୀ, ବେଙ୍ଗାଲୁରୁ, ଆସାମ ଏବଂ ହାଇଦ୍ରାବାଦରୁ ସେମାନେ ପଳାୟନ କରୁଛନ୍ତି । କାରଣ ସେମାନେ ଆଶଙ୍କା କରୁଛନ୍ତି ଯେ ଭାରତରେ ନୂଆ ଆଇନ ଅଧୀନରେ ସେମାନଙ୍କୁ ଅଟକ ରଖାଯାଇପାରେ ।
ବାଂଲାଦେଶ ସରକାର ମଧ୍ୟ ଏପରି ଖବରକୁ ସତ୍ୟ ବୋଲି କହିଛନ୍ତି । ଗତ କିଛି ଦିନ ଭିତରେ ଭାରତରୁ ବାଂଲାଦେଶରେ ପ୍ରବେଶ କରିଥିବା ପ୍ରାୟ ୨୦୦ରୁ ଅଧିକ ଲୋକଙ୍କୁ ସେଠାକାର ସୁରକ୍ଷା ଏଜେନ୍ସି ଅଟକ ରଖିଥିବାର କୁହାଯାଇଛି ।

ସମ୍ପାଦନା – ମନୋରଞ୍ଜନ ମହାପାତ୍ର ।

Leave a comment

Your email address will not be published. Required fields are marked *