#Breaking News

ପୋଲିସ ପଞ୍ଚାରେ ୨ନକଲି ମାଓବାଦୀ


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସକୁ ପୁଣି ମିଳିଛି ସଫଳତା । ୨ ଜଣ ନକଲି ମାଓବାଦୀ କୁ ଗିରଫ କରିଛି ଦାରିଙ୍ଗବାଡି ପୋଲିସ । ଏହି ଦୁଇ ଜଣ ହେଲେ ସିମନବାଡି ପଞ୍ଚାୟତ ସଲୀବାଡିରମସେଶ ଦିଗଲଓ କୋଟଗଡ଼ପୁରୁ ସୁଡ଼ି ଗ୍ରାମ୍ୟ ଆଣ୍ଡ୍ରିୟ ପ୍ରଧାନ।
ସୂଚନା ଯୋଗ୍ୟ ଯେ ଗତ୧୦ତାରିଖ ଦିନ ବିଳମ୍ବିତ ରାତିରେ ଦାରିଙ୍ଗବାଡି ଅଞ୍ଚଳର ମକପାଟା ଗ୍ରାମର ପ୍ରମୋଦ ପ୍ରଧାନ ଓ ଟେପାରି
ଗ୍ରାମ ରବିଶ୍ଵନାଥ ପ୍ରଧାନ ଙ୍କ ଘରେ ପଶି ନିଜକୁ ମା ଓ ବାଦୀ କହିପରିବାର ଲୋକଙ୍କୁ ମାରଣାସ୍ତ ଦେଖାଇ ଧମକ ଦେଇ ଟଙ୍କା ସୁନା ଓ ଅନ୍ୟାନ୍ୟ ଜିନିଷ ପତ୍ର ଲୁଟି ନେଇଥିଲେ ।
ତେବେ ଏହି ମାମଲାରେ ପୋଲିସ ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିବାବେଳେ ଏହି ୨ ଜଣ ଫେରାର ଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ ଥାନା ଅଧିକାରୀ କୌଶିକ ମାଝିଙ୍କ ନେତୃତ୍ଵରେ ଏକ ଟିମ ଏହି୨ ଜଣଙ୍କୁ ଗତକାଲି ଗିରଫ କରିଛି। ଆଜି ଏହି ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ,I
ଦ୲ରିଙ୍ଗବାଡି ପୋଲିସ ଓ ସାଇବର ଏକ୍ସପର୍ଟ ସବଇନିସ ପେକ୍ଟର ସୌମ୍ୟକାନ୍ତ ପଣ୍ଡାଙ୍କ ସମୟୋଚିତ ପଦକ୍ଷେପ ଓ ସଠିକରଣ ନିତୀ ଯୋଗୁ ଘଟଣାର ୧୫ ଦିନ ନପୁରୁଣୁ ସମସ୍ତ ଅଭିଯୁକ୍ତକୁ ଗିରଫ କରି ବାରେ ସକ୍ଷମ ହୋଇଥିଲା ପୋଲିସ।

Leave a comment

Your email address will not be published. Required fields are marked *