#Breaking News #District

ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରାଉଛି ଆୟନ ଇନସ୍ଟିଟ୍ୟୁଟ ଅଫ ମେନେଜମେଣ୍ଟ ଏଣ୍ଡ ଟେକ୍ନୋଲୋଜି


ଫୁଲବାଣୀ(ସୁନୀଲ ପଟନାୟକ )
ବିଶେଷ କରି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ର ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଫୁଲବାଣୀ ବସ ଷ୍ଟାଣ୍ଡ ରୋଡ଼ ରେ ଥିବା ଆୟନ ଇନଷ୍ଟିଟ୍ୟୁଟ ଅଫ ମେନେଜ ମେଣ୍ଟ ଏଣ୍ଡ ଟେକ୍ନୋଲୋଜି lସୂଚନା ଯୋଗ୍ୟ ଯେ, 2023/24 ଶିକ୍ଷା ବର୍ଷ ପାଇଁ କମ୍ପୁଟର ସାଇନ୍ସ ରେ ସ୍ନାତକ,ଓ ସ୍ନାତକତୋର, ଏମ ଏସ ଡବ୍ଲୁ, ଏମବିଏ ଫାଇନାନ୍ସ, ଏମ ଏ, ପି ଏମ ଆଇ ଆର, ଏପରି ପାଞ୍ଚୋଟି ବିଷୟ ରେ ଅଧୟନ ପାଇଁ ଓଡିଶା ସରକାର ଙ୍କ ଉଚଶିକ୍ଷାବିଭାଗ ଅନୁମତି ପ୍ରଦାନ କରିଥିବା କଥା ସଂସ୍ଥା ର ମୁଖ୍ୟ ଅନିଲ କୁମାର ବେହେରା କହିଛନ୍ତି l
ସହର ନିକଟ ଏଫ ସିଆଇ ନିକଟରେ ରହିଛି ଏହାର ହଷ୍ଟେଲ l
୨0୧ ୮ ରୁ ଏହି ସଂସ୍ଥା ଆରମ୍ଭ ହୋଇ ବି ବିଏ, ବିସିଏ, ବି ଏଚଏମ ଇତ୍ୟାଦି ବିଷୟ ରେ ଶିକ୍ଷା ପ୍ରଦାନ କରୁଛନ୍ତି l ଆଉ ଜିଲ୍ଲା ଓ ଜିଲ୍ଲା ବାହାର ର ବହୁ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି l ସହର ରେ ଆଗରୁ ଏଭଳି ଶିକ୍ଷାନୁଷ୍ଠାନ ନଥିଲା l

ଏ ଠାରେ କମ ମୂଲ୍ୟରେ ଛାତ୍ର ଓ ଛାତ୍ରୀ ମାନଙ୍କୁ ଅଧୟନ କରିବାର ସୁଯୋଗ ମିଳୁଛି l
ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୫ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନ ଚାଲିଛି l ଆରମ୍ଭ ରୁ ଏଯାଏଁ ପାଖାପାଖି ପାଞ୍ଚଶହ ଜଣ ଛାତ୍ରୀ ଓ ଛାତ୍ର ଙ୍କୁ ଗୁଣାତ୍ମକ ଶିକ୍ଷା ଦେଈ ସ୍ୱାବଲମ୍ବୀ କରିଥିବା କଥା ସଂସ୍ଥା ର ମୁଖ୍ୟ ବେହେରା କହିଛନ୍ତି l
ଅନୁଷ୍ଠାନ ର ପ୍ରତିଷ୍ଠାତା ଅନିଲ କୁମାର ବେହେରା ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା ଯୋଗୁଁ ଏଠାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି l
ଏଠାରୁ ପାସ କରିଥିବା ସବୁ ଛାତ୍ରୀ ଓ ଛାତ୍ର ମାନେ ସରକାରୀ ଓ ବେସରକାରୀ ସ୍ତରରେ ଚାକିରୀ କରି ଆତ୍ମ ନିର୍ଭର ଶୀଳ ହୋଇଥିବା ସେ ଆହୁରି କହିଛନ୍ତି l
ସେହିପରି ଏଠାରେ ଛାତ୍ରୀ ମାନଙ୍କ ରହିବାପାଇଁ ହଷ୍ଟେଲ ବ୍ୟବସ୍ଥା ଅଛି l ଶିକ୍ଷାର୍ଥୀ ମାନଙ୍କ ଯିବା ଆସିବା ଲାଗି ସମସ୍ତ ବ୍ୟବସ୍ଥା ମଧ୍ୟ ରହିଛି l
କେବଳ ସେତିକି ନୁହେଁ ଛାତ୍ରୀ ମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି l
ଅନୁସୂଚିତ ଜାତି ଓ ଜନଜାତି ଙ୍କ ପାଇଁ ଛାତ୍ର ବୃତ୍ତି ର ବ୍ୟବସ୍ଥା ମଧ୍ୟ ରହିଛି l
ଅଭୀଜ୍ଞଓ ଉଚ୍ଚ ଶିକ୍ଷିତ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ଦ୍ୱାରା ନିୟମିତ ଶିକ୍ଷା ଦେବାସହ ପ୍ରାକ୍ଟିକାଲ ବି କରାଯାଉଛ l
ଏଣୁ ଏହାର ସୁଯୋଗ ନେବା ଲାଗି ଅନୁଷ୍ଠାନ ର ମୁଖ୍ୟ ଅନିଲ କୁମାର ବେହେରା କହିଛନ୍ତି l

Leave a comment

Your email address will not be published. Required fields are marked *