#Breaking News

କନ୍ଧମାଳ ଜିଲ୍ଲାରେ ୭ ଶହ ଗାଁ ଅନ୍ଧାରରେ. ଡିବିରୀଆଲୋକ ଉରସା


ଫୁଲ ବାଣୀ(ସୁନୀଲ ପଟନାୟକ ) ସରକାର ବିଜୁ ଗ୍ରାମ୍ୟ ଜ୍ୟୋତି ଓ ଦିନଦୟାଲ ଗ୍ରାମୀଣ ବିଦ୍ୟୁତ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଗାଁ ଲୋକଙ୍କୁ ମାଗଣାରେ ବିଦ୍ୟୁତ ଆଲୋକ ଯୋଗ।ଇ ଦିଆଯାଉଛିବୋଲି କହୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତକନ୍ଧମାଳ ଜିଲ୍ଲାରେ କିନ୍ତୁ ସାତ ଶହ ଏଭଳି ଗାଁ ରହିଛି ଯେଉଁଠିକୁ ବିଜୁଳୀ ଆଲୋକ ଯାଇନି। ଡିବିରୀଆଲୋକ ସାହ। ଉରସା ପାଲଟିଛି।
ସଞ୍ଜ ନଇଂଲେ ଗାଁ ରେ ତାଟି କବାଟ ପଡିଯାଉଛି। ଲୋକେ ଘରୁ ପଦାକୁ ବାହାରୁ ନାହିଁ।ନ୍ତି । ଲାଇଟ ନ ଥିବା ଫଳରେ ପିଲାମାନେ ପାଠ ପଢି ପାରୁନାହାନ୍ତି । ଲାଇଟ ଆସିବଆସିବ ବୋଲି ବର୍ଷ ବର୍ଷ ଧରି ଚାହିଁ ରହିଛନ୍ତି। ହେଲେ ସ୍ଵାଧିନ ତାର ୭୪ ବର୍ଷ ପୁରିଲାଣି ବିଦ୍ୟୁତ କେବେ ଆସିବ ଜଣା ପଡୁନାହିଁ।
କନ୍ଧମାଳ ଜିଲ୍ଲା ର ୧୨ଟି ବ୍ଲକର ୧୭୧ଟି ପଞ୍ଚାୟତରେ ୨ହଜାର ୪୮୫ଟି ଗ୍ରାମ ରହିଛି। ସେଥିମଧ୍ୟରୁ ପାଖାପାଖି ୮ଶହ ଗାଁକୁ ଏଯାଏ ବିଦ୍ୟୁତ ଆଲୋକ ଆସି ନି।କରେ ନା ପାଇଁ
ଲକ ଡାଉନ ଓ ସଟ ଡାଉନ ଯୋଗୁ କାମ ସବୁ ଠପ ହୋଇଗଲା ବୋଲି ବିଭାଗୀୟ ଅଧିକାରୀ କହୁଛନ୍ତି । ଏନଟିପିସି ୩୪୦ଟି ଗ୍ରାମର ବିଦ୍ୟୁତ ସଂଯୋଗ ପାଇଁ ଟେଣ୍ଡର ନେଇଥିବାବେଳେ ସାଉଥକୋ୨୫୩ଟି,ଓ ଓ ରେଡ଼ା ୧୫୫ ଗ୍ରାମ ର ଟେଣ୍ଡର ନେଇଛି। ତେବେ ବର୍ତ୍ତମାନ କାମ ଚାଲିଛି ଆସନ୍ତା କିଛିିମାସ ମଧ୍ୟରେ କାମ ସରିଯିବ ବୋଲି ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ହେଲେ ଏ ସବୁ ଗ୍ରାମକୁ କେବେ ବିଦ୍ୟୁତ ସଂଯୋଗ ହେବ ତାହା ଆଗାମୀ ଦିନରେ ଜଣାପଡିବ ।

Leave a comment

Your email address will not be published. Required fields are marked *