#Uncategorized

ଦୁଇଦିନ ହେଲା ଯୁବକଙ୍କ ପତ୍ତା ମିଳୁନି,ଥାନାରେ ଏତଲା


ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ନୁଆସାହିର ଜୈନକ ଯୁବକ ଦୁଇଦିନ ହେଲା ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l ନିଖୋଜ ଯୁବକଙ୍କ ନାମ ପରମେଶ୍ୱର ଧାରୁଆ(୩୫)ଓରଫ ମିଟୁ , ବୁଧବାର ଅପରାହ୍ନରେ ପରମେଶ୍ୱର ଘରେ କାହାକୁ ନଜଣାଇ କେଉଁଆଡେ ପଳାଇଛନ୍ତି, ପରିବାର ଲୋକେ ସାହି ପଡିଶା ନିକଟସ୍ଥ ଗାଁ ତଥା ଆଖପାଖ ବନ୍ଧୁ ବାନ୍ଧବ ଗାଁ ଗୁଡିକରେ ବହୁ ଖୋଜାଖୋଜି କରିବା ପରେ ବି କୌଣସି ସନ୍ଧାନ ମିଳିଲା ନାହିଁ l ଶେଷରେ ବାଧ୍ୟ ହୋଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି l ପୋଲିସ ଏନେଇ ତଦନ୍ତ ଜାରି କରିଛି l ପରମେଶ୍ୱର ଘରୁ ଗଲାବେଳେ ମାଟିଆ ରଙ୍ଗର ହାପପ୍ୟାଣ୍ଟ ଓ ଧୂସର ରଙ୍ଗର ଗଞ୍ଜି ପିନ୍ଧିଥିଲେ , ତାଙ୍କ ମୁହଁର ଡାହାଣ ପାର୍ଶ୍ୱରେ ଏକ କଳା ଜାଇମନ୍ଦା ଚି଼ହ୍ନ ରହିଛି l ଯେ କୌଣସି ସ୍ଵହୃଦୟ ବ୍ୟକ୍ତି ଉକ୍ତ ଯୁବକଙ୍କ ସନ୍ଧାନ ପାଇଲେ ନିକଟସ୍ଥ ଥାନାରେ ଖବର ଦେବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି l

Leave a comment

Your email address will not be published. Required fields are marked *