#Breaking News

ବାଇକ ଦୁର୍ଘଟଣାରେ ଯୁବକ ମୃତ


ଫିରିଙ୍ଗିଆ (ଉଲାପ୍ର)ବାଇକ ଦୁର୍ଘଟଣାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି l ସୂଚନା ମୁତାବକ ପବିଙ୍ଗିଆ ପଞ୍ଚାୟତ ର ବବଡଙ୍ଗିଆ ଗାଁ ର ରମେଶ କହଁର (28) କୌଣସି ଏକ କାମରେ ନିଜ ବାଇକ ଯୋଗେ ଫିରିଙ୍ଗିଆ ଆସୁଥିବା ବେଳେ ବବଡଙ୍ଗିଆ ମାସରୀ ପଡ଼ା ରାସ୍ତା ମଝିରେ ଭାର ସାମ୍ୟ ହରାଇ ଏକ ତେନ୍ତୁଳି ଗଛରେ ବାଡେଇ ହେବା ଫଳରେ ଗୁରୁତର ଆହତ ହୋଇଥିଲେ l କିଛି ଲୋକ ଏହା ଦେଖି 108 ଗାଡି କୁ ଯୋଗାଯୋଗ କରିବା ପରେ ଘଟଣା ସ୍ଥଳରେ 108 ଗାଡି ପହଂଚି ଫିରିଙ୍ଗିଆ ଡାକ୍ତରଖାନା ରେ ଭର୍ତି କରିଥିଲେ l ଆହତ ବ୍ୟକ୍ତି ଙ୍କୁ ମୃତ୍ୟୁ ହୋଇ ଥିବା ଡାକ୍ତର ସୂଚନା ଦେବା ପରେ ପରିବାର ଓ ଫିରିଙ୍ଗିଆ ପୋଲିସ ଡାକ୍ତରଖାନା ରେ ପହଂଚି ପଂଚନାମl ପରେ ଫୁଲବାଣୀ ଶବ ବ୍ୟବଛେଦ ପାଇଁ ପଠେଇ ଥିବା ଜଣା ପଡିଛି l ଅନ୍ୟ ପଟେ ଫିରିଙ୍ଗିଆ ଥାନା ପକ୍ଷରୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା 163/21 ରୁଜୁ କରି ତଦନ୍ତ ଚାଲିଥିବା ଫିରିଙ୍ଗିଆ ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି l

Leave a comment

Your email address will not be published. Required fields are marked *