#Uncategorized

ଆଠଗଡ ବ୍ଲକ ଜେନାପଦା ଦଣ୍ଡା ରାସ୍ତା କାମନିମ୍ନମାନର ଅଭିଯୋଗ


ଆଠଗଡ,(ଉଲାପ୍ର)ଜେନାପଦା ଦଣ୍ଡା ରାସ୍ତା କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଆଠଗଡ ବ୍ଲକ ଜେନା ପଦା ଗ୍ରାମରେ ଏକ ଦଣ୍ଡା ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନ ହୋଇଥିବା ଅଭିଯୋଗ ହୋଇଛି,ଆଜି ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଖବର ପାଇ ଘଟଣା ସ୍ଥଳକୁ ଯାଇ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି,ବ୍ଲକ ତରଫରୁ ଏହି ଯୋଜନା ମାଧ୍ୟମରେ ଜନସାଧାରଣ ଙ୍କୁ କର୍ମନିଯୁକ୍ତି ଦେବାପାଇଁ ଏହି ଯୋଜନା କରାଯାଇଛି, ଏହି ଯୋଜନା ଠିକ ଭାବେ କରାଯାଇନ ଥିବା ଗ୍ରାମବାସୀ ଅନୁଭବ କରୁଛନ୍ତି,ଜେନା ପଦା ବାଉତି ମନ୍ଦିର ଠାରୁ ସାପୁଆ ନଦୀ ପର୍ଯ୍ୟନ୍ତ ଦେଢ଼ କିଲୋମିଟର ଦଣ୍ଡା ରାସ୍ତାକୁ ଚଉଡ଼ା କରିବା ସହିତ ଏହି ରାସ୍ତା ଉପରେ କଲଭର୍ଟ ଦୁଇଟି ନିର୍ମାଣ କରାଯାଇ

ଥିଲା ବେଳେ ଚଳିତ

ସାପୁଆ ବନ୍ୟାରେ ବିଲ ମାନଙ୍କରେ ପାଣି ଜମି ରହିବା ଯୋଗୁ ବିଲରୁ ପାଣି ନିଷ୍କାସନ ହୋଇପାରି ନଥିଲା,ଫଳରେ ଚାଷୀଙ୍କ ବ୍ୟାପକ ଧାନ ତଳି ପାଣି ଜମିନଷ୍ଟ ହୋଇଥିବା ଚାଷୀ ମାନେ ଅଭିଯୋଗ କରିବା ସହିତ ଚାଷୀମାନେ କଲଭର୍ଟ ରାସ୍ତାକୁ ତାଡିଦେବା ଯୋଗୁ ବିଲରୁ ପାଣି ଛାଡିଯାଇଛି,ଗ୍ରାମବାସୀ ଦାବି କରିଛନ୍ତି ଏହି ଦଣ୍ଡା ରାସ୍ତା କାମ ସଠିକ ମାର୍ଗରେ ହେବା ସହିତ ଲୋକମାନଙ୍କ ଜମିକୁ ଯେପରି ପାଣି ଯାଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଦାବି କରିଛନ୍ତି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *