#Breaking News #Uncategorized

ବସୁଧା ପ୍ରକଳ୍ପ ଅଛି, ହେଲେ ଲୋକେ ପିଉଛନ୍ତି ଦୂଷିତ ପାଣି


ଫୁଲବାଣୀ -(ସୁନୀଲ ପଟନାୟକ )
ଗାଁ ରେ ସ୍ୱଛ ପାନୀୟ ଜଳ ଯୋଗାଇଦେବା ଲାଗି ସରକାର ଲକ୍ଷା ଧିକ ଟଙ୍କା ଖର୍ଚ କରି ଗତ ଚାରି ବର୍ଷ ତଳେ ବସୁଧା ଯୋଜନା ରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଥିଲେ ହେଲେ ଏହା ନିର୍ମାଣ ପରଠୁ ଠିକ ଭାବେ କାର୍ଯ୍ୟ କରୁନି ଫଳରେ ଗ୍ରାମବାସୀ ଧୁ ଧୁ ଖରାରେ ମାଇଲ ମାଇଲ ବାଟଯାଇ ନଦୀ ନାଳ ରୁ ପାଣି ଆଣୁଥିବା ଅଭିଯୋଗ କରିଛନ୍ତି ମେଡିକାଲ ନିକଟ ଶ୍ରୀରାମ ସାହି ବାସିନ୍ଦା l ଏ ନେଇ ଗ୍ରାମବାସୀ ସରପଂଚ, ବିଡ଼ିଓ, ଯନ୍ତ୍ରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି l ପାଇପ ଯୋଗେ ଅପରିଷ୍କାର ଆଉ ଗୋଳି ପାଣି ଆସୁଥିବା ଅଭିଯୋଗ କରିଛନ୍ତି ଲୋକେ l ବର୍ଷ ବର୍ଷ ଧରି ଗାଁ ରେ

ପାନୀୟ ଜଳ ସମସ୍ୟା ଲାଗିରହିଥିଲେ ବି କତୃପକ୍ଷ ସଠିକ ପଦକ୍ଷେପ ନ ନେବା ଦୁଃଖର ବିଷୟ ବୋଲି ପାଟାବଳି ଏସ ଏଚ ଜି ଗ୍ରୁପ ର ସଭାପତି ସୁମିତ୍ରା ବେହେରା ଓ ସମ୍ପାଦିକା ରଶ୍ମିତା ମୁଖି କହିଛନ୍ତି l ଏବେ ଖରାଦିନ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି l
ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜ଼ିଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଂଚାୟତ ରୁ l
ସେହିପରି ଏହି ପ୍ରକଳ୍ପ ସଫେଇ କାର୍ଯ୍ୟ ରେ ନିୟୋଜିତ ଲୋକଙ୍କୁ ତିନି ବର୍ଷ ହେଲାଣି ପ୍ରାପ୍ୟ ମଧ୍ୟ ମିଳିନଥିବା କହିଛନ୍ତି ଗ୍ରାମବାସୀ l
ପ୍ରାପ୍ୟ ଗଣ୍ଡାକ ପାଇବା ପାଇଁ ସେମାନେ ସରପଞ୍ଚ ଠୁ ଅରମ୍ଭ କରି ବିଡ଼ିଓ ଯାଏଁ ଗୁହାରି କରିଥିଲେ ମଧ୍ୟ ପ୍ରାପ୍ୟ ମିଳିନଥିବା କହିଛନ୍ତି ଶ୍ରୀରାମ ଏସ ଏଚ ଜି ଗ୍ରୁପ ସଭାପତି ଜାନକୀ ବେହେରା ଓ ସମ୍ପାଦିକା ନର୍ମଦା ସାହୁ l
ପାଣିର ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲିସେମାନେ କହିଛନ୍ତି l
ଏନେଇ ଜ଼ିଲା ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଇଂ, ସନ୍ତୋଷ କର ଙ୍କୁ ପଚାରିବାରେ ସେ ଏହାର ତଦନ୍ତ କରି କାଯ୍ୟlନୁଷ୍ଠାନ ଗ୍ରହଣ କରିବା ଲାଗି ଯଥା ସଂଭଵ ଉଦ୍ୟମ କରିବେ ବୋଲି କହିଛନ୍ତି l
ହେଲେ ଏହି ଗ୍ରାମରେ କେବେ ପାନୀୟ ଜଳ ସଙ୍କଟ ଦୂର ହେବ ତାହା ଦେଖିବାର କଥା l

Leave a comment

Your email address will not be published. Required fields are marked *