#Uncategorized

ପାନୀୟ ଜଳ ପାଇଁ ଡହଳ ବିକଳ ଲିଙ୍ଗା ଗଡ଼ ବାସି


ଫୁଲବାଣୀ_(ସୁନୀଲ ପଟନାୟକ) ପାନୀୟ ଜଳ ମୁ ନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ଲିଙ୍ଗା ଗଡ଼ ଗ୍ରାମବାସୀ । ପାଣି ଗରାଏ ପାଇଁ ଟାଏଁଟାଏଁ ଖରାରେ ମାଇଲ ମାଇଲ ବାଟ ଯାଇ ନଦୀ ନାଳ କିମ୍ଵା ଚୁଆରୁ ପାଣି ଆଣିଥାନ୍ତି ଗ୍ରାମର ଲୋକେ । ଲୋକଙ୍କୁ ପାନୀୟ ଜଳ ଯୋଗାଇଦେବା ଲାଗି ଦୁଇଟି ବୋରୱ୍ୱେଲ ଖୋଳାଯାଇଥିବାବେଳେ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ରହିଛି । କିନ୍ତୁ କେଉଁଟା ବି କାମରେ ଆସୁନି ବୋଲି ଗ୍ରାମର ସଚେତନ ନାଗରୀକ ମାନ ଭ ଜଂନ ପ୍ରଧାନ ଅଭିଯୋଗ କରିଛନ୍ତି ।
ସେହିପରି ପ୍ରଶାସନର ଅବହେଳା ଓ ଦାୟୀତ୍ଵହୀନତାକୁ ସିଧାସଳଖ ଦାୟୀ କରିଛନ୍ତି..ଓ, Iର୍ଡ ମେମ୍ବର ବିରଞ୍ଚିନାରାୟଣ ବେହେରା। ପଞ୍ଚାୟତର ସରପଞ୍ଚ ମଧ୍ୟ କିଛି ବୁଝୁ ନ ଥିବା ନେଇ ଯୋଗ କରିଥିଲେ ଗ୍ରାମବାସୀ । ନାଳ ଓ ଚୁଆରୁ ଦୁଷିତ ପାଣି ପିଇ ବିଭିନ୍ନରୋଗରେ ପଡ଼ୁଥିବା କହିଛନ୍ତି।
ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଲିଙ୍ଗା ଗ୍ରାମରେ ପାନୀୟ ଜଳ ସମସ୍ୟା ଦୁର କରିବାପାଇଁ ଗ୍ରାମର ଲକ୍ଷଣ ପ୍ରଧାନ, ଚନ୍ଦନ ନାଏକ, ମାନସି ଦିଗାଲ, ସଂଯୁକ୍ତା ମୁଖି ପ୍ରମୁଖ ଦୃଢ ଦାବୀ କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ଗ୍ରାମ ର ପାନୀୟ ଜଳ ସମସ୍ୟା ଦୁରନକରାଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ କୋଲି ଚେତାବନୀ ଦେଇଛନ୍ତି ।
ଏନେଇ ଆମେ କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂସନ୍ତୋଷ କୁମାର କର କୁ ପଚାରିବାରେ ସେ ଏନେଇ ତଦନ୍ତ କରି ଅତି ଶିଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।
ସେହିପରି ପାନୀୟ ଜଳର ସଙ୍କଟ ଅଞ୍ଚ ମୋବାଇଲ ଭ୍ୟାନ ମାଧ୍ଯମରେ ଜଳ ବିତରଣ କରିବା ଉପରେ ଯୋରଦାର ଉଦ୍ୟମ କରାଯାଉଛି ଜିଲ୍ଲାରେ ବର୍ତ୍ତମାନ୧୬୯୯ ଟି ନଳକୁପ. ରହିଥିବାବେଳେ ୨୮୮ଟି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ରହିଥିବା କଥା ଇଂ କର କହିଛନ୍ତି।

ତେବେ ଏ ସବୁ ଗ୍ରାମ ର ପାନୀୟ ଜଳ ସମସ୍ୟା କେବେ ଦୁର ହେବ ଦେଖିବାର କଥା।

Leave a comment

Your email address will not be published. Required fields are marked *