#Breaking News

ଆହତ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କୁ ମୃତ୍ୟୁ ମୁଂହରୁ ବଞ୍ଚାଇଲେ ସ୍ଥାନୀୟ ଯୁବକ


ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ ର ଯୁବକ ସଂଘ ସାହାଯ୍ୟର ହାତ ବଢ଼ାଇଛନ୍ତି । ତୁମୁଡିବନ୍ଧ ବ୍ଲକ ର କୈଳାଶ ଚନ୍ଦ୍ର ନାୟକ ନାମକ ଜଣେ ସ୍ୱାସ୍ଥ୍ୟ କର୍ମଚାରୀ ତୁମୁଡିବନ୍ଧ ପିଡବ୍ଲୁଡି ଛକ ନିକଟ ଶଙ୍ଖ ନିକଟରେ କୌଣସି କାରଣରୁ ପଡି ଅଚେତ ହୋଇ ପଡିଯିବା ଫଳରେ ଆହାତ ହୋଇ ଥିଲେ ।
ତେବେ ସ୍ଥାନୀୟ ଯୁବକ ସଂଘ ହଟାତ ଖବର ପାଇ ଆହତ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ସେଠାରୁ ଉଠାଇ ଆଣି ଚିକିତ୍ସା ପାଇଁ ତୁମୁଡିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l । ତେବେ ସେଠାରେ କୌଣସି  କର୍ମଚାରୀ ନଥିବାରୁ କିଛି ସମୟଧରି ଉତେଜନା ଦେଖାଦେଇଥିଲା । ତେବେ ଡାକ୍ତର ରାହୁଲ ଲେଙ୍କା ସଙ୍ଗେ ସଙ୍ଗେ ଆସି  ଆହତ କୈଳାଶ ଙ୍କୁ ପ୍ରାଥମିକ ଚିକିତ୍ସା କରି ଥିଲେ । ମୁଣ୍ଡରୁ ଅତ୍ୟଧିକ ରକ୍ତ ବହରୁଥିବାରୁ ଡାକ୍ତର ତାଙ୍କ ମୁଣ୍ଡରେ ଷ୍ଟିଚ ପକାଇ ବ୍ରହ୍ମପୁର ମେଡ଼ିକାଲ ପଠାଇଥିଲେ । ତେବେ ସ୍ଥାନୀୟ ଯୁବକ ଶଙ୍କର ବଡ ନାୟକ, ଘାସି ରାମ ଗୌଡ଼, ବାବୁନା ପ୍ରଧାନୀ ,  ଗିରିଷ ପରାସେଠ, ଚନ୍ଦନ ପୃଷ୍ଟି, ବିମଲ , କନ୍ଧ ଚାନ୍ଦ, ସନ୍ତୋଷ ରିବୁ ସାହୁ ଙ୍କ ସହ ବହୁ ଯୁବକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଆହତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସାହାଯ୍ୟ କରିଥିଲେ । ତେବେ ଯୁବକ ମାନଙ୍କ ଏଭଳି ସେବା ମନୋଭାବ ଅଂଚଳ ପାଇଁ ଏକ ଶୁଭ ସଂକେତ ବୋଲି ଅଞ୍ଚଳ ଵାସୀ କହିଥିଲେ ।

Leave a comment

Your email address will not be published. Required fields are marked *