ଶ୍ରୀକ୍ଷେତ୍ରରେ ପରଂପରା ମୁତାବକ ସୁନା କୁରାଢ଼ିରେ କାଠ ଛେଦନ ସହ ଆରମ୍ଭ ହେଲା ରଥ ନିର୍ମାଣ

admin | April 26, 2020 | 56 views |0 | Exclusive

ପୁରୀ: ଶ୍ରୀକ୍ଷେତ୍ରରେ ପରଂପରା ମୁତାବକ ପବିତ୍ର ଅକ୍ଷୟ ତୃତୀୟ ତିଥିରେ ଆଜି ସୁନା କୁରାଢ଼ିରେ କାଠ ଛେଦନ ସହ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଆରମ୍ଭ ହୋଇଯାଇଛି । କରୋନା ଭାଇରସ ଯୋଗୁଁ ଏହି ପାରଂପରିକ କାର୍ଯ୍ୟ ରଥଖଳାରେ କରା ନଯାଇ ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥକାଠ ଉପରେ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପୂର୍ବରୁ ଶାସ୍ତ୍ରୀୟ ବନଯୋଗ ବିଧିରେ ହୋମଯଜ୍ଞ କରାଯାଇଥିଲା । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକ୍ରମେ ତଥା ଏହି ନୀତି ସହ ଜଡ଼ିତ ସେବାୟତମାନଙ୍କ ସହମତିରେ ଶ୍ରୀମନ୍ଦିର ବେଢ଼ାରେ ଥିବା ଚାହାଣୀ ମଣ୍ଡପ ଓ ସ୍ନାମମଣ୍ଡପ ମଧ୍ୟ ଭାଗରେ ଯଜ୍ଞକାର୍ଯ୍ୟ କରାଯାଇଥିଲା ।ଶ୍ରୀମନ୍ଦିର ପୁରୋହିତ ମାନେ ସୁନା କୁରାଢ଼ିରେ ତିନିଟ କାଠକୁ ଚୋଟ ମାରି ରଥ ନିର୍ମାଣ କାମ ଅନୁକୁଳ କରିଥିଲେ । ଏହା ପରେ ବିଶ୍ୱକର୍ମାମାନେ ବ୍ରାହ୍ମଣଙ୍କ ଠାରୁ ବରଣ ଗ୍ରହଣ କରିବା ସହ ଶାଢ଼ି ବାନ୍ଧିଥିଲେ । ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥିଲା ।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 28 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 293 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories