#Breaking News #District

ବୃଦ୍ଧଙ୍କ ସବ ସତ୍କାର କରିଲା ଟିମ ହ୍ୟୁମାନିଟି


ଫୁଲବାଣୀ(ସୁନୀଲ ପଟନାୟକ )
ଟିମ୍ ହ୍ୟୁମାନିଟି କନ୍ଧମାଳ ଦ୍ବାରା ପୁଣି ଏକ ମହାନ ଧର୍ମ କାର୍ଯ୍ୟ କରାଯାଇଛି lଗଜପତି ର ୫୭ ବର୍ଷୀୟ ବୃଦ୍ଧ ଫେନିସ ନାୟକ ସେ କିଛି ବର୍ଷ ହେବ ଟିକାବାଲି ବ୍ଲକ ର ଡୁଟୁକା ଗ୍ରାମରେ ରହି ଆସୁଥିଲେ,ହେଲେ ତାଙ୍କର ଦେହ ଅସୁସ୍ଥ ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କରଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହେଇଥିବା ବେଳେ ତାଙ୍କ ମର ଶରୀରକୁ ଦାହକରିବା ନିମନ୍ତେ ପରିବାର ବର୍ଗ ଅସମର୍ଥ ଥିଲେ। ଏ ନେଇ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକ ଭି. ଲୋକନାଥ ରାଜୁଙ୍କୁ ଯୋଗାଯୋଗ କରି ସହଯୋଗ କରିବାଲାଗି ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷାକରି ଟିମ୍ ସଦସ୍ୟ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଉକ୍ତ ପରିବାରକୁ ଭେଟି ସବ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ମହେଶ ସୁବୁଦ୍ଧି, ସନ୍ତୋଷ କୁମାର ବାରିକ, ଶିବପ୍ରସାଦ ପାତ୍ର, ଅନୁପ ବିକ୍ରମ ପାତ୍ର, ଅକ୍ଷୟ କୁମାର ମହାପାତ୍ର, , ରାଜୀବ ନେତ୍ର ପଟ୍ଟନାୟକ ପ୍ରମୁଖ ମିଳିତ ଭାବେ ଦାଇତ୍ୱ ନେଇ ସ୍ଥାନୀୟ ନାରାୟଣୀ ମନ୍ଦିର ପାଖ ଶ୍ମଶାନରେ ହିନ୍ଦୁ ରୀତିରେ ସବ ଦାହ କରାଯାଇଥିଲା। ଟିମ୍ ହ୍ୟୁମାନୀଟି ର ଏଭଳି ମହାନ ପଦକ୍ଷେପ କୁ ଉକ୍ତ ପରିବାର ବର୍ଗ, ତଥା ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି।

Leave a comment

Your email address will not be published. Required fields are marked *