#Breaking News

ମନୋଜ ମିଶ୍ରଙ୍କ ନୂଆ ଫିଲ୍ମ ‘ମାଇଣ୍ଡ ଗେମ୍’

ଭୁବନେଶ୍ୱର(ଉଲାପ୍ର) : ପ୍ରତିଭାବାନ୍ ଅଭିନେତା ମନୋଜ ମିଶ୍ରଙ୍କ ନୂଆ ଫିଲ୍ମ ‘ମାଇଣ୍ଡ ଗେମ୍’ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ପାଟଣାଗଡ଼ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଆରମ୍ଭରୁ ଚର୍ଚ୍ଚାରେ ରହିଛି। ପ୍ରଥମେ ‘ବୁଲେଟ ରାଜା’, ପରେ ‘ପାଟଣାଗଡ଼’ ନାମକରଣ ହୋଇଥିବା ଏହି ଫିଲ୍ମ ଏବେ ‘ମାଇଣ୍ଡ ଗେମ୍’ ଭାବେ ମୁକ୍ତିଲାଭ କରିବାକୁ ଯାଉଛି । ମନୋଜ ମିଶ୍ର, ଅତୁଲ କୁଲକର୍ଣ୍ଣି ,ତନିକେଲା ଭରନୀ , ଚୌଧୁରୀ, ପୁଷ୍ପା ପଣ୍ଡା, ଚିନ୍ମୟ ମିଶ୍ର,ଅପ୍ସରା ରାଣୀ ପ୍ରମୁଖ ଅଭିନୟ କରିଛନ୍ତି । ଏହାର ନିର୍ଦେଶନାରେ ରାଜେଶ ଟଚରିଭର ଥିବାବେଳେ ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା।

Leave a comment

Your email address will not be published. Required fields are marked *