#Exclusive

ଜୁଲାଇ ୨୪ରେ ହେବ +୩ ଶେଷ ବର୍ଷ ପରୀକ୍ଷା : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ +୩ ଶେଷ ବର୍ଷ ପରୀକ୍ଷା ଜୁଲାଇ ୨୪ରେ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟରେ ୨୦ରେ ହେବ ବୋଲି ବୁଧବାର ସୂଚନା ଦେଇଛନ୍ତି।ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ୧୧ଟି ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିବା ପରେ +୩ ଶେଷ ବର୍ଷ ପରୀକ୍ଷା ଜୁଲାଇ ୨୪ରେ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟରେ ୨୦ରେ ହେବ ବୋଲି କହିଛନ୍ତି। ଏଥିସହିତ ପିଜି ଆଡମିସନ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବରରୁ  ଅକ୍ଟୋବର ମଧ୍ୟରେ ହେବ।ଏହାକୁ ଦୃଷ୍ଟିରେ ରଖି ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଆସନ୍ତାକାଲିଠାରୁ ବିଶ୍ୱବିଦ୍ୟାଳୟ ଓ ଅଟୋନୋମୋସ କଲେଜଗୁଡ଼ିକରେ କାମ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ କୋଭିଡ଼-୧୯ ଗାଇଡ଼ଲାଇନ ଅନୁସାରେ ଏ ସମସ୍ତ ନିଷ୍ପତ୍ତି ନିଆଯାଉଛି। ପ୍ରତି ୧୫ ଦିନରେ ଥରେ କୁଳପତିମାନଙ୍କ ସହ ଆଲୋଚନା କରାଯିବ।ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ଏକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ତେବେ ଜୁନ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ୟୁଜିସି ଗାଇଡଲାଇନ ମୁତାବକ ରାଜ୍ୟରେ ଚଳିତ ଶିକ୍ଷା ବର୍ଷ କେବେ ଓ କିପରି ଆରମ୍ଭ ହେବ ଏବଂ ପରୀକ୍ଷା ପରିଚାଳନା କିପରି ହେବ ସେ ବିଚାର ବିମର୍ଷ ହୋଇଥିଲା । ବୈଠକ ଶେଷ ପରେ ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସ୍ପଷ୍ଟ କରିଛନ୍ତି ।

Leave a comment

Your email address will not be published. Required fields are marked *