#Uncategorized

ମହୁଲ ଗୋଟାଇବାକୁ ଯାଇ ଜଙ୍ଗଲ ନିଆଁରେ ବୃଦ୍ଧାଙ୍କ ମୃତ୍ୟୁ

,
ଫୁଲବାଣୀ- (ସୁନୀଲ ପଟନାୟକ)
ମହୁଲଗୋଟାଇବାକୁ ଯାଇ ଜଙ୍ଗଲ ନିଆଁରେ ଜଳି ଯାଇଜଣେ ବୃଦ୍ଧ। ଙ୍କ ମୃତ୍ୟୁ ଘଟିଛି । ମୃତ ବୁଦ୍ଧ । ଜଣଙ୍କ ରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିଆ ଗ୍ରାମର ୭୩ ବର୍ଷିୟା ରମାବତୀ ପ୍ରଧାନ।
ରମାବତୀ ବୁଧବାର ଖରାବେଳେଏକାକୀ ନିକଟସ୍ଥ ଘର ପାଖ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ।ରମାବତୀ ନିଜ ଜଙ୍ଗଲ ଜମିରେ ଥିବା ମହୁଲ ଗଛ ମୂଳରେ ମହୁଲ ଗୋଟ। ଉ ଥିବାବେଳେ ଜଙ୍ଗଲରେ ନିଆଁ ଲାଗି ତାଙ୍କ ପାଖକୁ ଆସୁଥିବା ଦେଖି ନିଆଁ ଲିଭାଉଥିବାବେଳେ ନିଜେ ନିଆଁରେ ପୋଡି ହୋଇଯାଇଥିଲେ।ତାଙ୍କର ଚିତ୍କାର ଶୁଣି ଘର ଲୋକେ ଯାଇ ଦେଖିବାବେଳେ ରମାବତୀ ସଂପୂର୍ଣ୍ଣ ପୋଡି ହୋଇଯାଇଥିଲେ। ତାଙ୍କୁ ମେଡିକାଲ ନେବାପାଇଁ ଉଦ୍ୟମ କରିବାବେଳେ ରମାବତୀଙ୍କ ମୃତ୍ୟୁ ହୋଇଥିଲା। ମୃତ
ରମାବତୀ ଙ୍କ ପରିବାରକୁ ୧୦ ଲକ୍ଷ ଟ ଙ୍କା କ୍ଷତିପୁରଣ ଦାବୀ କରିଛି ବିଜେପି। ୧୦ ଲକ୍ଷ ଟଙ୍କା କ୍ଷତି ପୁରଣ ନ ଦେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି ।
ତେବେ ଦୀର୍ଘ ସମୟଧରି ଶବ ବ୍ୟବଛେଦ ନ ହୋଇପଡିରହିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave a comment

Your email address will not be published. Required fields are marked *