ରାଶିଫଳ

admin | June 3, 2020 | 80 views |0 | Vastu & Astrology

ମେଷ: କାର୍ଯ୍ୟାନୁଷ୍ଠାନ ସମୟ ଉପଯୋଗୀ ହେବ। ପଡ଼ୋଶୀ ଓ ବନ୍ଧୁଙ୍କ ସହାୟତା ପାଇଁ ସାହସ ବୃଦ୍ଧି ପାଇବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ କାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ। ସୁସମ୍ବାଦ ମିଳିବ।

ବୃଷ: ଅଧ୍ୟୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ।

ମିଥୁନ: ପରିଶ୍ରମର ମୂଲ୍ୟ ମିଳିବ। କେ​‌େ​‌ତକ କ୍ଷେତ୍ରରେ ଭୁଲ ବୁଝାମଣା ଯୋଗୁଁ ମିଳିବାକୁ ଥିବା ଅର୍ଥ, ହାତରୁ ଖସିଯାଇ ପାରେ। କୃଷି କାର୍ଯ୍ୟ ଉପରେ ଗୁରୁତ୍ବ ଦେବେ। ଯାନବାହନ ସୁଖ ମିଳିବାର ସୂଚନା ମିଳୁଛି।

କର୍କଟ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ଉପୁଜି ଥିବା ଅଶାନ୍ତି ଦୂର ହୋଇପାରେ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହେବେ।

ସିଂହ: ଦିନସାରା ବ୍ୟସ୍ତ ବିବ୍ରତ ରହିଲେ ବି ଅର୍ଥ ପ୍ରାପ୍ତ ହେବେ। ଆକସ୍ମିକ ସମସ୍ୟାକୁ କୌଶଳ କ୍ରମେ ଦୂର କରିପାରନ୍ତି। ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଯେ କୌଣସି ସୂତ୍ରରୁ ଧନାଗମର ସୂଚନା ମିଳୁଛି। ବହୁବିଦ୍ୟା ପାରଙ୍ଗମ ହେବେ।

କନ୍ୟା: ଏପରି କାର୍ଯ୍ୟ ମିଳିବ, ଯେଉଁଥିରେ କି ଅର୍ଥ ପ୍ରାପ୍ତ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

ତୁଳା: ଧନଶାଳୀ ହୋଇପାରନ୍ତି। ପରର ଉପକାର କରିବାରେ ଖର୍ଚ୍ଚାନ୍ତ ହେବେ। ବିଦ୍ବାନ୍‌ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସାମାଜିକ ସ୍ତରରେ ଆଦର ମିଳିବ।
ବିଛା: ଶୁଭ ଖବର ପାଇ ଖୁସି ହେବେ। ଅଧିକ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କ୍ଷେତ୍ରରେ ପାରଙ୍ଗମ ହେବେ। ଶାନ୍ତି ପାଇବେ।
ଧନୁ: ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରିବା ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସରକାରୀ ଅନୁଦାନ ମିଳିବ।
ମକର: ଶତ୍ରୁକୁ କରାୟତ୍ତ କରିବାରେ ସିଦ୍ଧହସ୍ତ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିବେ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।
କୁମ୍ଭ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଚଞ୍ଚଳମନା ହେବେ। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।
ମୀନ: କର୍ମକ୍ଷେତ୍ର ଲାଭଦାୟକ ହେବ। ପରୋପକାରୀ ହୋଇପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ। ଶୁଭକାର୍ଯ୍ୟ କରିପାରନ୍ତି। ସୁଖାଦ୍ୟ ମିଳିବ। ଆନନ୍ଦ ଉପଭୋଗ କରିବେ।

Share this

Related Posts

ଆଜିର ରାଶିଫଳ

Udaya_Labanya | July 28, 2023 | 25 views |0

ଅଦ୍ୟ ଜୁଲାଇ ମାସ ୨୮ ତାରିଖ ୨୦୨୩ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୫ସମ୍ବତ -୨୦୮୦ଦିଲ୍ଲୀସ୍ୱରାଦ୍ଧ-୧୪୩୦ସମ୍ବତ୍ସର-ପିଙ୍ଗଳଶ୍ରାବଣମାସ-ମଳ ଶୁକ୍ଳପକ୍ଷତିଥି- ଦଶମୀ ଦିବା ଘ୦୨/୪୪ ପର୍ୟ୍ୟନ୍ତ ତଦନ୍ତେ ଏକଦଶୀନକ୍ଷତ୍ର-ଅନୁରାଧା ରାତ୍ରି ଘ୦୧/୩୦ ପର୍ୟ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାଚନ୍ଦ୍ର- ବିଛାଯୋଗ- ଶୁକ୍ଲକରଣ - ଗରସୌରମାସ- କର୍କଟ ୧୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୨୪ସୂର୍ଯ୍ୟାସ୍ତ -ସନ୍ଧ୍ୟା…

ଆଜିର ରାଶିଫଳ

Udaya_Labanya | March 4, 2023 | 46 views | 0

ଅଦ୍ୟ ମାର୍ଚ୍ଚ ମାସ ୦୫ ତାରିଖ ୨୦୨୩ ମସିହା(ରବିବାର)ଶକାବ୍ଦ -୧୯୪୪ସମ୍ବତ -୨୦୭୯ଦିଲ୍ଲୀସ୍ୱରାଦ୍ଧ-୧୪୩୦ସମ୍ବତ୍ସର-ଅନଳଫାଲଗୁନମାସ-ଶୁକ୍ଳପକ୍ଷତିଥି- ତ୍ରୟୋଦଶୀ ଦିବା ଘ୦୨/୧୯ ଗତେ ଚତୁର୍ଦ୍ଦଶୀନକ୍ଷତ୍ର-ଅଶ୍ଳେଷା ରାତ୍ରି ଘ୧୦/୨୪ଗତେ ମଘାଚନ୍ଦ୍ର-କର୍କଟ ରାତ୍ରି ଘ୧୦/୨୪ ଗତେ ସିଂହଯୋଗ- ଅତିଗଣ୍ଡକରଣ - ତୈତିଳସୌରମାସ- କୁମ୍ଭ ୨୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୦୮/୦୮ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୦୯*✧═════•❁❀*ଯୋଗିନୀ…

Leave a Reply

Your email address will not be published. Required fields are marked *

Archives

Categories