#Breaking News

କନ୍ଧମାଳରେ ବିନା ଲାଇସେନ୍ସରେ ଚାଲିଛି ଅନେକ ମେଡିସିନ ଦୋକାନ, ୪ଦୋକାନ ସିଲ, ବାକି କେବେ ?

ଫୁଲବାଣୀ- (ସୁନୀଲ ପଟନାୟକ) ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ସରକାରୀ ନିତି ନିୟମକୁ ଉଲଙ୍ଘନ କରି ଗ୍ରାମ। ଞ୍ଚଳ ଗୁଡିକରେ ବିନା ଲାଇସେନ୍ସରେ ଚାଲିଛି ଅନେକ ମେଡିସିନ ଦୋକାନ । ସେମାନେ ମନଇଛ। ଏକ୍ସପାଇର ଡେଟ ମେଡିସିନ, ଓ ନିମ୍ନମାନର ଅନାମଧେୟ ଡୁପ୍ଲିକେଟ ମେଡିସିନ ଆଦି ଚଢ଼ା ଦରରେ ରୋଗୀ ଙ୍କୁ ବିକ୍ରି କରୁଥିବା ଅଭିଯୋଗ ହେଉଛି । ନା ସେମାନେ ଫର୍ମାସିଷ୍ଟ ନିଜେ ପଢିଛନ୍ତି ନା କୌଣସି ଫର୍ମାସିଷ୍ଟ ଙ୍କୁ ନିଯୁକ୍ତି ଦେଇଛନ୍ତି । ୟା ତାର ମାଗି ଆଣି ସାଟିଫିକେଟଟିଏ ରଖି କାମ ତୁଲାଉଛନ୍ତି ।ଆଉ ଏ ସଂପର୍କରେ ବିଭାଗୀୟ କତୃପକ୍ଷ ଜାଣି ନ ଜ।ଣିଲାପରି ଅଭିନୟ କରୁଥିବା ଅଭିଯୋଗ ହେଉଛି । ଏହି ବେ ଆଇନ ମେଡିସିନ ଦୋକାନୀମାନେ କତୃପକ୍ଷଙ୍କୁ କୁ ଆଡେ ବିଭିନ୍ନ ଉପାୟରେ ଖୁସି କରି ରଖିଥିବାରୁ ସେମାନଙ୍କ ବିରୁଦ୍ଧରେ ଜାଣିଶୁଣି କୌଣସି କ।ର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି ।
କନ୍ଧମାଳ ଜିଲ୍ଲାରେ ୧୨ଟି ବ୍ଲକଗୋଟିଏ ମୁନିସପାଲଟିଓ୨ଟି ଏନ ଏସିରେ ମୋଟ ୧୫୦ଟି ମେଡିସିନ ଦୋକାନ ରହିଛି ।
ସେହିପରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପ୍ରାୟ ୧୪/୧୫ଟି ମେଡିସିନ ଦୋକାନ ବିନା ଲାଇସେନସ ରେ କୁ ଆଡେ ଚାଲିଛି ବର୍ଷ ବର୍ଷ ଧରି ବୋଲି ଶୁଣିବାକୁ ମିଳିଛି ।
ତେବେ ଏନେଇ ଅଭିଯୋଗ ପାଇବାପରେ ପୋଲିସ ସହାୟତାରେ ଡ୍ରଗ ସ ଇନସପେକ୍ଟର ଚଢାଉ କରି ତୁମୁଡିବନ୍ଧ ବ୍କକର ବିଲାମାଳ, ବେଲଘର, ଆଦି ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ୪ଟି ମେଡିସିନ ଦୋକାନ ସିଲ କରିବା ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛନ୍ତି । ଆଗାମୀ ଦିନରେ ବେଆଇନ ଭାବେ ଚାଲିଥିବା ଅନ୍ୟ କେତେକ ଦୋକାନ ଉପରେ ଚଢାଉ କରାଯିବ ବୋଲି ଡ୍ରଗ ସଇନ ସପେକ୍ଟର ଏସ.ପ୍ରଧାନ କହିଛନ୍ତି ।
ସେହିପରି ବିନା ଫାର୍ମାସିଷ୍ଟ ଓ ଜବରଦଖଲ ସ୍ଥାନରେ ମେଡିସିନ ଦୋକାନ ଖୋଲି ପାରିବେନି ବୋଲି କଡ଼ା ନିୟମ ରହିଛି । ହେଲେ ଡ୍ରଗ_ସ ଇନସପେକ୍ଟର ଦୁଇ ଦୁଇଟା ଅଞ୍ଚଳ ଦାୟୀତ୍ବରେ ଥିବା ଫଳରେ ଏସବୁ ନିୟମିତ ତଦାରଖ କରିବାସମ୍ଭବ ହେଉନି।କର୍ମଚାରି ଅଭାବରୁଏଠାରେ ଥିବା ଡ୍ରଗ ସ କାର୍ଯ୍ୟାଳୟ ମଧ୍ୟ ନିୟମିତ ଖୋଲୁନଥିବା ଅଭିଯୋଗ ହେଉଛି ।
ଏପରି ସ୍ଥଳେ ରାଜ୍ୟ ଡ୍ରଗ ସ କଣ୍ଟ୍ରୋଲର ଦୃଷ୍ଟିଦେବାକୁ ଦାବୀ ହେଉଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *