#Breaking News

ଆଠଗଡ ରେ ଫେରୁଛି କଂଗ୍ରେସ, ୩ ନମ୍ବର ଯୋନ ରେ ବିପୁଳ ସମର୍ଥନ

ଆଠଗଡ(ଉଲାପ୍ର) ଜାତୀୟ କଂଗ୍ରେସ ଦଳର ଆଠଗଡ ୩ ନମ୍ବର ଜୋନର ପ୍ରାର୍ଥୀ ସୁନିଲ ସୁତାରଙ୍କ ନିର୍ବାଚନୀ ପ୍ରଚାର ଓ ଶୋଭାଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୯ଟା ବେଳେ ଆଠଗଡ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଯୁବ, ଛାତ୍ର ଓ ବରିଷ୍ଠ କଂଗ୍ରେସ କର୍ମୀଙ୍କ ସମେତ ସମର୍ଥକମାନେ ଏକଜୁଟ୍ ହେବା ପରେ ସେଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ସମଗ୍ର ୩ ନମ୍ବର ଜୋନ୍ ପରିକ୍ରମା କରିଥିଲା । କଂଗ୍ରେସ କାର୍ଯ୍ୟାଳୟ ପରିସରରୁ ଏହି ନିର୍ବାଚନୀ ପ୍ରଚାର ଶୋଭାଯାତ୍ରା ବାହାରି ରାଧାଗୋବିନ୍ଦପୁର, ଧାଇପୁର,

ବେଣ୍ଟପଦା, ରାଜନଗର, କନ୍ଦରପୁର, ମେଘା, କଟକିଆ ସାହି, ଧୁଋଷିଆ, ଅନନ୍ତପୁର, ମଞ୍ଚେଶ୍ୱର, ଘଣ୍ଟିଖାଲ, ମହାକାଳବସ୍ତ ଆଦି ପଞ୍ଚାୟତର ସମସ୍ତ ଗ୍ରାମକୁ ଯାଇ କଂଗ୍ରେସ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ସୁନିଲ୍ ସୂତାରଙ୍କୁ ହାତ ଚିହ୍ନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ବିଜୟୀ କରିବାପାଇଁ ଅନୁରୋଧ କରିଥିଲେ । ଏକ ଖୋଲା ଜିପରେ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁନିଲ କୁମାର ସୁତାରଙ୍କ ସହ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ, ଆଠଗଡ଼ ବ୍ଲକ୍ କଂଗ୍ରେସ କମିଟି ସଭାପତି ସୁଦର୍ଶନ ସାହୁ ୩ ନମ୍ବର

ଜୋନର ୧୨ଟି ପଞ୍ଚାୟତକୁ ଗସ୍ତ କରି କଂଗ୍ରେସ ‌ଦଳର ଆଭିମୁଖ୍ୟ ସମ୍ପର୍କରେ ମତଦାତା ମାନଙ୍କୁ ସଚେତନ କରାଇବା ସହ ହାତ ଚିହ୍ନରେ ଭୋଟ ଦେଇ ପ୍ରାର୍ଥୀ ଶ୍ରୀ ସୂତାରଙ୍କୁ ନିର୍ବାଚିତ କରିବାକୁ ଶ୍ରୀ ରଥ ଅନୁରୋଧ କରିଥିଲେ । ଏହି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ତଥା ବାଇକ୍ ଶୋଭାଯାତ୍ରାରେ ଆଠଗଡ଼ ଏନ୍ଏସି କଂଗ୍ରେସ ସଭାପତି ସୋମନାଥ ଭକ୍ତା, କାଳନ୍ଦୀ ଚନ୍ଦ୍ର ରାଉତ, ପ୍ରଫୁଲ୍ଲ ସାହୁ, ପୁରୁଷୋତ୍ତମ ବେହେରା, ଅଶୋକ ପ୍ରଧାନ, ମିନିଷ୍ଟର ପ୍ରଧାନ, ପ୍ରଫୁଲ୍ଲ ସାହୁ, ମଣ୍ଟୁ ବର୍ମା, ଗୋକୁଳାନନ୍ଦ ଦାଶ, ପ୍ରକାଶ ଚନ୍ଦ୍ର ପୁହାଣ, ମାନସ ରଞ୍ଜନ ପ୍ରଧାନ, ଯୁବ କଂଗ୍ରେସ ନେତା ମନୋରଞ୍ଜନ ପଟ୍ଟନାୟକ, ବିକ୍ରମ ରାୟ ସାମନ୍ତ, ପ୍ରଶାନ୍ତ ବେହେରା,ପ୍ରେମାନନ୍ଦ ରାଉତ, ଚଗଲି ସାହୁ, ହେମନ୍ତ ସ୍ବାଇଁ, ପ୍ରମୁଖ କଂଗ୍ରେସ କର୍ମୀଙ୍କ ସହ ଶତାଧିକ ସମର୍ଥକମାନେ ଯୋଗ ଦେଇଥିଲେ ।

Leave a comment

Your email address will not be published. Required fields are marked *