#Breaking News #Uncategorized

ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ଗଲେ ଦୁଇ ଭାଇ


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ମଲ୍ଲିକ ପଡ଼ାରେ ଆଜି ଏକ ଅଭାବନୀୟ ଘଟBଣା ଘଟିଛି । ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଦୁଇ ଭାଇଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତ୍ୟୁ ଖବର ଜାଣିବାପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲାl
ଗେରିଦିକିଆ ଗାଁର ମଦନ ମୋହନ ପ୍ରଧାନଙ୍କ ପନ୍ଦର ବର୍ଷର ପୁଅ ମିହିର କାନ୍ତ ପ୍ରଧାନ ଓ ବାର ବର୍ଷର ପୁଅ କାମ ।କ୍ଷା ପ୍ରଧାନ ଗୁଟିଙ୍ଗିଆର ମଲ୍ଲିକ ପଡିର ସଂପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ l
ଶୁକ୍ରବାର ଗାଧୋଇବା ବେଳେ ପ୍ରଥମେ ସାନ ଭାଇ କାମାକ୍ଷା ବୁଡ଼ିଗଲେ ସାନ ଭାଇକୁ ବଞ୍ଚାଇବାକୁ ଯାଇ ବଡ ଭାଇ ମିହିର ମଧ୍ୟ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ନେଇ ସୂଚନା ମିଳିଛି l ଖବର ପାଇ ସାରଙ୍ଗଡ ଥାନା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି l ସାରଙ୍ଗଡ଼ଥାନାରେ 1/21ରେ । ଏକ ଅପ ମୃତ୍ୟୁ ମାମଲା ରୁଜୁ ହୋଇଛି ବୋଲି ପ୍ରକାଶ କରିଛନ୍ତି ଥାନା ଅଧିକାରୀ ଅନିତା କିଡୋ ।

Leave a comment

Your email address will not be published. Required fields are marked *