#Uncategorized

FASTag ନାହିଁ କି ? ଫେବ୍ରୁଆରୀ ୧୬ରୁ ଟୋଲ୍ ପ୍ଲାଜାରେ ଦେବେ ଦୁଇଗୁଣା ଟଙ୍କା

ଜାତୀୟ ରାଜପଥରେ ଥିବା ଟୋଲଗେଟ୍ ଦେଇ ଯାଉଛନ୍ତି କି ? ତେବେ, ଆପଣଙ୍କ ଗାଡ଼ିରେ ଫାସଟାଗ ଥିବା ନିହାତି ଆବଶ୍ୟକ । ନଚେତ୍ ଆପଣଙ୍କୁ ଦୁଇଗୁଣା ଟଙ୍କା ଦେବାକୁ ପଡ଼ିବ । ଫେବ୍ରୁଆରୀ ୧୫ ଓ ୧୬ ତାରିଖ ମଧ୍ୟରାତ୍ରୀରୁ ଏହା ଲାଗୁ ହେବ । ଅର୍ଥାତ୍ ୧୬ ତାରିଖରୁ ଫାସଟାଗ ନଥିବା ଗାଡ଼ି ଟୋଲଗେଟ୍ ଦେଇ ଗଲେ ନିର୍ଦ୍ଧାରିତ ଦେୟର ଦୁଇଗୁଣା ଦେବେ । ରବିବାର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।

ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲପ୍ଲାଜାର ସମସ୍ତ ଲେନରେ ଫାସଟାଗ ବାଧ୍ୟତାମୂଳକ କରାଯାଇଛି । ଟୋଲପ୍ଲାଜାର ଲେନକୁ ଫାସଟାଗ ଲେନ୍ ଅଫ ଦି ଫି ପ୍ଲାଜା କୁହାଯିବ । ୨୦୨୧ଫେବ୍ରୁଆରୀ ୧୫ ଓ ୧୬ ତାରିଖ ମଧ୍ୟରାତ୍ରୀରୁ ଏହା ଲାଗୁ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଚଳିତବର୍ଷ ଜାନୁଆରୀ ୧ ତାରିଖରୁ ସମସ୍ତ ଗାଡ଼ି ଲାଗି ସରକାର ଫାସଟାଗକୁ ବାଧ୍ୟତାମୂଳକ କରିଥିଲେ । ଫାସଟାଗ ନଥିବା ଗାଡ଼ି ଟୋଲ ପ୍ଲାଜାର ଫାସଟାଗ ଗେଟରେ ଯାଉଥିଲେ ଦୁଇଗୁଣା ଅର୍ଥ ଦେବାକୁ ପଡ଼ୁଥିଲା । ସମସ୍ତ ରାଜ୍ୟରେ ଥିବା ଜାତୀୟ ରାଜପଥ ଟୋଲ୍ ଗେଟରେ ଫାସଟାଗ ବାଧ୍ୟତାମୂଳକ କରିବା ଲାଗି ଅନ୍ୟ ଏଜେନ୍ସିଙ୍କୁ ସହାୟତା ମଗାଯାଇଥିଲା ।

ଜାତୀୟ ରାଜପଥ ପ୍ରାଧିକରଣ (NHAI) ୪୦ ହଜାର ସେଲ୍ ପଏଣ୍ଟ ଫାସଟାଗ ବିକ୍ରି ପାଇଁ ଟୋଲଗେଟରେ କରିଛି । ଜାନୁଆରୀ ୧ରୁ ନିୟମ ଲାଗୁ ହେବାକୁ ଥିବାବେଳେ କେନ୍ଦ୍ର ସରକାର ଏହାକୁ ଫେବ୍ରୁଆରୀ ୧୪ ଯାଏ ବଢ଼ାଇ ଦେଇଥିଲେ ।

Leave a comment

Your email address will not be published. Required fields are marked *