#Breaking News

କନ୍ଧମାଳ ଜିଲ୍ଲାପରିଷଦ ସଂରକ୍ଷଣ ତାଲିକା୧୮ରୁ ୧୧ଅନୁସୁଚିତ ଜନଜାତି, ୩ ଅନୁସୁଚିତ ଜାତି ଓ ୪ ଅଣସଂରକ୍ଷିତ



ଫୁଲବାଣୀ- ( ପଟନାୟକ) କନ୍ଧମାଳ ଜିଲ୍ଲାର ଜିଲ୍ଲାପରିଷଦ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଜିଲ୍ଲାର ମୋଟ ୧୮ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୧୧ଟି ଅନୁସୁଚିତ ଜନଜାତି ପାଇଁ ସଂରକ୍ଷିତ ରହିଥିବାବେଳେ ୪ଟି ଆସନ ଅଣସଂରକ୍ଷିତ ଥିବାବେଳେ ୩ଟି ଆସନ ଅନୁସୁଚିତ ଜାତି ପାଇଁ ସଂରକ୍ଷିତ ରହିଥିବା ଜିଲ୍ଲା ପଞ୍ଚାୟତ ଅଧିକାରି ରତିକାନ୍ତ ଆଚାର୍ଯ୍ୟ କହିଛନ୍ତି ।
ସେହିପରି ଜିଲ୍ଲାପରିଷଦଅଧ୍ୟକ୍ଷ ପଦବୀ ଆଦିବାସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ଜିଲ୍ଲାର କ. ନୁଆଁ ଗାଜୋନ ଅନୁସୂଚିତ ଜନଜାତି ମହିଳା, କୋଟଗଡ଼ ଅନୁସୂଚିତ ଜନଜାତି, ଖଜୁରିପଡ଼ା-୧ନଂଯୋନଅନୁସୁଚିତ ଜନଜାତି ମହିଳା, ଖଜୁରୀପଡ଼ା-୨ଯୋନ ଅନୁସୁଚିତ ଜାତି ମହିଳା, ଘୁ.ଉଦୟଗିରି ଅନୁସୂଚିତ ଜନଜାତି ମହିଳା, ଚକାପାଦ ଅନୁସୁଚିତ ଜାତି ମହିଳା, ଟିକାବାଲି-୧ମହିଳା, ଟିକାବାଲି-୨ ଅନୁସୂଚିତ ଜନଜାତି ମହିଳା, ତୁମୁଡିବନ୍ଧ ଅନୁସୂଚିତ ଜନଜୀତି, ଦାରିଙ୍ଗବାଡି-୧ ଅନୁସୁଚିତ ଜନଜାତି, ଦାରିଙ୍ଗବାଡି-୨ ଅନୁସୁଚିତ ଜନଜାତି, ଫିରିଙ୍ଗିଆ-୧ ଅନୁସୁଚିତ ଜାତି, ଫରିଙ୍ଗିଆ-୨ ଅଣସଂରକ୍ଷିତ, ଫୁଲବାଣୀ ଅନୁସୁଚିତ ଜନଜାତି ମହିଳା, ବାଲିଗୁଡ଼ା-୧ ଅନୁସୂଚିତ ଜନଜାତି । ବାଲିଗୁଡ଼ା ୨ ଅଣସଂରକ୍ଷିତ ,ରାଇକିଆ-୧ ଅଣସଂରକ୍ଷିତ, ଓ ରାଇ କିଆ -୨ ଅନୁସୁଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ।

Leave a comment

Your email address will not be published. Required fields are marked *