ପ୍ରବାସୀ ଫେରନ୍ତାଙ୍କ ନଖରାମୀ; ସଙ୍ଗରୋଧ କେନ୍ଦ୍ର ଛାଡ଼ି ଶତାଧିକ ଫେରାର

admin | May 3, 2020 | 76 views |0 | Exclusive

ବ୍ରହ୍ମପୁର: ରାଜ୍ୟବାହାରୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ । ସରକାରଙ୍କ ଏହି ସର୍ତ ଯିଏ ମାନିବ ତାକୁ ଓଡ଼ିଶା ଆସିବାକୁ ଅନୁମତି ମିଳିବ । ନିର୍ଧାରିତ ଫର୍ମରେ ଓଡ଼ିଶା ଫେରନ୍ତା ଆଶାୟୀମାନେ ଏହାକୁ ସମ୍ମତି ଦେଇଛନ୍ତି । ହେଲେ ଓଡ଼ିଶାରେ ପହଞ୍ଚିବା ପରେ କାଶିଆ କିଏ ନା କପିଳା କିଏ? ସରକାରୀ ନିୟମକୁ ଫୁ କରି ପ୍ରବାସୀ କ୍ବାରେଣ୍ଟାଇନ ସେଣ୍ଟର ଛାଡ଼ି ଫେରାର । ପୁଣି ଜଣେ ଅଧେ ନୁହନ୍ତି, ଗଞ୍ଜାମ ଜିଲା ବେଗୁନିଆପଡ଼ା ଆଦର୍ଶ ବିଦ୍ୟାଳୟ ଓ ଜନତା ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧରେ ରହିଥିବା ପ୍ରାୟ ଶତାଧିକ ଶ୍ରମିକ କୁଆଡ଼େ ପଳାଇଛନ୍ତି । ସେମାନେ କୁଆଡ଼େ ଯାଇଛନ୍ତି, କାହିଁକି ଯାଇଛନ୍ତି କାହା ପାଖରେ ଉତ୍ତର ନାହିଁ । ସୁରତରୁ ଆସିଥିବା ଶ୍ରମିକଙ୍କ ମଧ୍ୟରୁ ୨ ଜଣ କରୋନା ସଂକ୍ରମିତ ଠାବ ହେବା ପରେ ଏହି ଶ୍ରମିକମାନେ ଫେରାର ହୋଇଯିବା ପୁଲିସ ଓ ପ୍ରଶାସନ ପାଇଁ ଶିରପୀଡ଼ାର କାରଣ ହୋଇଛି । କ୍ବାରେଣ୍ଟାଇନ ସେଣ୍ଟର ଛାଡ଼ି ଶ୍ରମିକ ପଳାଇଥିବା ଖବର ପାଇ ପୁଲିସ କିଛି ଶ୍ରମିକଙ୍କୁ କାବୁ କରିଥିବା ସୂଚନା ମିଳିଛି । ଅନ୍ୟମାନଙ୍କ ପତ୍ତା ଏଯାଏ ମିଳିନାହିଁ । ସେମାନଙ୍କ ମୋବାଇଲ ଟ୍ରାକିଂ କରି ସେମାନଙ୍କୁ ଧରିବା ଉଦ୍ୟମ କରାଯାଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ।ଗଞ୍ଜାମ ବେଗୁନିଆପଡା ଆଦର୍ଶ ବିଦ୍ୟାଳୟ ଏବଂ ଜନତା ଉଚ୍ଚ ବିଦ୍ୟାଳୟରେ ପ୍ରାୟ  ୧୫୦ଜଣ ସୁରତ ଫେରନ୍ତା ସଂଗରୋଧ ହୋଇ ରହିଥିଲେ । ମାତ୍ର ଆଜି ସେମାନଙ୍କ ମଧ୍ୟରୁ କିଛି ଲୋକ ବାହାରେ ବୁଲୁଥିବା ଦେଖି କିଛି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୁଲିସ ଓ ଦାୟିତ୍ବରେ ଥିବା ସରକାରୀ ଅଧିକାରୀମାନେ ପହଞ୍ଚିବା ବେଳକୁ କ୍ବାରେଣ୍ଟାଇନ ସେଣ୍ଟର ଖାଲି । ଏହାପରେ ପୁଲିସ ଓ ଅନ୍ୟ ଅଧିକାରୀମାନେ ପଳାଇଥିବା କିଛି ଲୋକଙ୍କୁ କାବୁକରି ପୁଣି କ୍ବାରେଣ୍ଟାଇନ ସେଣ୍ଟରକୁ ଫେରାଇ ଆଣିଛନ୍ତି । ଅନ୍ୟମାନଙ୍କୁ ଖୋଜାଖୋଜି ଚାଲିଛି  ।କ୍ବାରେନଣ୍ଟାଇନ ସେଣ୍ଟରରେ ଗତକାଲି ରାତିରେ ଖାଲି ବିସ୍କୁଟ ଦିଆଯାଇଥିଲା ଓ ଖାଇବା ପିଇବା କଥା ନ ବୁଝାଯିବା ଯୋଗୁଁ ସେମାନେ ପଳାଇଥିଲେ ବୋଲି କିଛି ଲୋକ କହିଛନ୍ତି । ଅନ୍ୟପକ୍ଷରେ କ୍ବାରେନଣ୍ଟାଇନରେ ଥିବା ଲୋକମାନଙ୍କୁ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଆବଶ୍ୟକୀୟ ସାମଗ୍ରୀ, ଖାଦ୍ୟ ପାନୀୟ ଦିଆଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Share this

Related Posts

ଆଜି ଘର ଚଟିଆ ଦିବସ, ହେଲେ ଘର…

Udaya_Labanya | March 20, 2023 | 32 views |0

ହଜି ଗଲେଣି ଘର ଚଟିଆ, ଚାକ ଚକ୍ୟ ସହରୀ ସଭ୍ୟତା ମଧ୍ୟରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁନାହିଁ, ଏମାନଙ୍କ ବଂଶ ବୃଦ୍ଧିପାଇଁ ବନବିଭାଗ ମଧ୍ୟ ପଦକ୍ଷେପ ନେଉନାହିଁ, ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ଘରର ଛାତ ତଳେ…

ଆଠଗଡ ରେ ବଂଶ ପରମ୍ପରାର ନଜିର ନାହିଁ,…

Udaya_Labanya | March 15, 2023 | 158 views | 0

ଆଠଗଡ ( buro news )ଆଠଗଡ ତିଗିରିଆ ଏକ ଗଡଜାତ ମାଟି ଓ ସଂଗ୍ରାମୀ ମାଟି, ଏହି ବିପ୍ଲବୀ ମାଟିରୁ ଆରମ୍ଭ ହୋଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ, ପ୍ରଜା ମଣ୍ଡଳ ଆନ୍ଦୋଳନ ଯୋଗୁ ରାଜାବି ହଟିଥିଲେ ରାଜଗାଦି ରୁ ଓ ଆଠଗଡ…

Leave a Reply

Your email address will not be published. Required fields are marked *

Archives

Categories