#Breaking News

ନୂଆ ଓଡ଼ିଆ ସିନେମା ଉଦଣ୍ଡୀ ସୀତା

ଭୁବନେଶ୍ୱର(ଉଲାପ୍ର) ‘ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ’ । ଏ ଗୀତ ସବୁବେଳେ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଯେତେବେଳେ ଯେଉଁଠି ଏ ଗୀତ ବାଜିଛି ଦର୍ଶକ ୧୯୯୨ ମସିହାକୁ ଫେରିଛନ୍ତି ଆଉ ଖୋଜିଛନ୍ତି ଉଦଣ୍ଡୀ ସୀତାକୁ। ଆଜି ଠିକ୍‌ ୩୦ ବର୍ଷ ପରେ ସେମିତି ସେହି ଶୀର୍ଷକକୁ ନେଇ ନିର୍ମାଣ ହେଉଛି ଆଉ ଏକ ନୂଆ ଓଡ଼ିଆ ସିନେମା। ନିକଟରେ ଏହି ସିନେମାର ସୁଟିଂ ଆରମ୍ଭ ହୋଇଛି। ଅଶ୍ୱିନୀ ତ୍ରିପାଠୀ ଫିଲ୍ମସ୍‌ ବ୍ୟାନରରେ ଆଇଡଲ୍ ଓଡ଼ିଶା

ସହଯୋଗରେ ସିନେମାଟି ପ୍ରସ୍ତୁତ ହେଉଛି। ଯାହାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଓଲିଉଡ ଅଭିନେତ୍ରୀ ଦେବଯାନୀ। ଯିଏ ଅତୀତରେ ଦର୍ଶକଙ୍କୁ ଅନେକ ଓଡ଼ିଆ ସିନେମା ଭେଟି ଦେଇଛନ୍ତି। ଏହି ସିନେମାରେ କିନ୍ତୁ ଦର୍ଶକ ଦେବଯାନୀଙ୍କୁ ସମ୍ପୂର୍ଣ୍ଣ ନୂଆ ରୂପରେ ଦେଖିବାକୁ ପାଇବେ । ସେ ଜଣେ ଶକ୍ତିଶାଳୀ, ସାହସୀ ଚରିତ୍ରରେ ନଜର ଆସିବେ । ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ସାଙ୍ଗକୁ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ମ୍ୟୁଜିକ୍ ଭିଡିଓ ଦୁନିଆର ସୁପର୍‌ଷ୍ଟାର୍ ଅଶ୍ବିନୀ ତ୍ରିପାଠୀ ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ। ସଂଳାପ ଡ.

ରଜନୀରଞ୍ଜନ ଲେଖିଥିଲା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତକାର ଜାପାନୀ । ଡିଓପିରେ ଅକ୍ଷୟ କୁମାର ନାୟକ, ସମ୍ପାଦନାରେ ମାନସ କୁମାର ସାହୁ ଏବଂ କଲରିଷ୍ଟ ଭାବେ ବିଶ୍ବଜିତ ସ୍ବାଇଁ ସହାୟତା କରୁଛନ୍ତି।

Leave a comment

Your email address will not be published. Required fields are marked *