#Uncategorized

ଲାଞ୍ଚୁଆ କିରାଣୀ ଧରାପଡିଲେ,ଜମି ପଟ୍ଟାର ନକଲ ଦେବାପାଇଁ ନେଉଥିଲେ ଲାଞ୍ଚ,


ଫୁଲବାଣୀ,_ (ସୁନୀଲ ପଟ୍ଟନାୟକ) ମଙ୍ଗଳବାର କାର୍ଯ୍ୟାଳୟ ମଧ୍ୟରେ ଲାଞ୍ଚ ନେଉଥିବାବେଳେ ଲାଞ୍ଚଆ କିରାଣୀ କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ ବିଭାଗ।
ଲାଞ୍ଚୁଆ କିରାଣୀ ଜଣକ ହେଉଛନ୍ତି ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ବିଭାଗର ମୁଖ୍ୟ କିରାଣୀ ଅଶୋକ ପଟନାୟକ, l
ଅଶୋକ ବୌଦ୍ଧ ଜିଲ୍ଲାର ମନ ମୁଣ୍ଡା ଥାନା ଅନ୍ତର୍ଗତ ବିଳାସପୁର ଅଞ୍ଚଳର ଅବସରପ୍ରାପ୍ତ ସୁବେଦl ର ଲଲିତ କୁମାର ସାହୁଙ୍କ ଠାରୁ ଜମି ପଟ୍ଟାର ନକଲ ଦେବା ଲାଗି ୨ହଜାର ଟଙ୍କା ସିଧାସଳଖ ଲାଞ୍ଚ ଦାବୀ କରିଥିଲେ। ଫଳରେ ଅବସରପ୍ରାପ୍ତ ସୁ6 ବଦ।ର ଲଳିତ କୁମାର ସାହୁ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ଫଳରେ ଆଜି ଶ୍ରୀ ସାହୁ ଜମି କାଗଜ ପାଇଁ କାର୍ଯ୍ୟାଳୟରେ ଦୁଇ ହଜାର ଟଙ୍କା ଲାଞ୍ଚ ଟଙ୍କା ଦେବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲା ନ୍ସ ବିଭାଗ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିବା କଥା ଭିଜିଲ୍ଲା ନ୍ସ ଡି ଏସପି ଅରୁଣ କୁମାର ନାଏକ କହିଛନ୍ତି ।
ତେବେ ମୁଁ ଟଙ୍କା ମାଗି ନ ଥିଲି ସେ ଜବରଦସ୍ତ ମୋପକେଟରେ ଟଙ୍କା ପୁରାଇ ଭିଜିଲ୍ଲାନ୍ସ ଧରାଇଦେଇଥିବା ଅଭିଯୁକ୍ତ କିରାଣୀ ଅଶୋକ ପଟନାୟକ ପ୍ରତିକ୍ରିୟାରେ କହିଛନ୍ତି.।
ଭିଜିଲାନ୍ସ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ଜାମିନ ନାମଞ୍ଜୁର କରିବାରୁ ଅଭିଯୁକ୍ତ ଅଶୋକ ପଟନାୟକ କୁ ଜେଲକୁ ପଠାଇ ଦିଆଯାଇଛି।

Leave a comment

Your email address will not be published. Required fields are marked *